Sambad Odisha

ରାଜ୍ୟ ଶିକ୍ଷା

ଅଧ୍ୟାତ୍ମ୍ୟ ସାହିତ୍ୟ ଯୁଗେ ଯୁଗେ କାଳଜୟୀ  ଡ଼ ପୂର୍ଣଚନ୍ଦ୍ର ଦାଶ ଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଅଧ୍ୟାତ୍ମ୍ୟ ସାହିତ୍ୟ ଯୁଗେ ଯୁଗେ କାଳଜୟୀ

ଡ଼ ପୂର୍ଣଚନ୍ଦ୍ର ଦାଶ ଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୨୮/୧(ସମ୍ବାଦ ଓଡ଼ିଶା):ବିଶିଷ୍ଟ ସାରସ୍ୱତ ସାଧକ ଡ଼ ପୂର୍ଣଚନ୍ଦ୍ର ଦାଶଙ୍କ ରଚିତ ପୁସ୍ତକ ‘ଶ୍ରୀ ରାମାୟଣ’ ଓ ‘ଜଗନ୍ନାଥ ବିଳାସ ଚନ୍ଦ୍ରିକା’ ଲୋହିଆ ଏକାଡେମୀ ରେ ଉନ୍ମ୍ମୋଚିତ ହୋଇଯାଇଛି । ନିରାକାରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ସାରସ୍ୱତ ସମାବେଶ ରେ ସଭାପତି ଭାବେ ପୂର୍ବତନ କୁଳପତି ପ୍ରଫେସର କୁମର ବର ଦାସ, ବିଶିଷ୍ଟ ଅତିଥିଭାବେ ସୁସାହିତ୍ୟକ ଡ଼ ପ୍ରଭାକର ସ୍ୱାଇଁ ଓ ବରଣ୍ୟ ଅତିଥି ଭାବେ ସମାଜସେବୀ ବିଜୟ କୁମାର ତ୍ରିପାଠୀ ଯୋଗ ଦେଇ ଡ ଦାଶଙ୍କ ସାରସ୍ୱତ କୃତୀ ଉପରେ ଆଲୋଚନା କରିବା ସହ ଅଧ୍ୟାତ୍ମ୍ୟ ସାହିତ୍ୟ ଯୁଗେ ଯୁଗେ କାଳଜୟୀ ବୋଲି ଅଭିହିତ କରିଥିଲେ । ପ୍ରାରମ୍ଭରେ ଅତିଥି ପରିଚୟ ସହ ମଞ୍ଚ ସଂଯୋଜନା କରିଥିଲେ ଅଧ୍ୟାପକ ଡ ମୃତୁଞ୍ଜୟ ରଥ । ଲେଖକ ପୂର୍ଣଚନ୍ଦ୍ର ଦାଶ ନିଜ ସାରସ୍ୱତ ଜୀବନର ଅନୁଭୂତି ସହ ପୁସ୍ତକ ଦ୍ବୟ ରଚନାର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ ।ଉପସ୍ଥିତ କିଛି ସାହିତ୍ୟିକ ଓ ଭଦ୍ର ବ୍ୟକ୍ତିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପ୍ରକାଶିକା ସୁରେଖା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଡ଼ ଶୁଇନ୍ଦୁ କେଶରୀ ଦାଶ, ବୈନତେୟ ନାରାୟଣ ଦାଶ ଓ ପାର୍ଥ ନାରାୟଣ ଦାଶ ସଭା ପରିଚାଳନା ରେ ସହାୟତା କରିଥିଲେ । ଇନ୍ଦିରା ପ୍ରିୟଦର୍ଶିନୀ ଭକ୍ତି ସଂଗୀତ ଉପସ୍ଥାପନା କରିଥିଲେ ।

admin

admin

About Author

Leave a comment

Your email address will not be published. Required fields are marked *