ସଙ୍କୁଳସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ସୁସ୍ଥ ଓ ନିରୋଗ ଜୀବନଯାପନ ସହିତ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରେ କ୍ରୀଡା
ନିରାକାରପୁର,୧୮/୧୨ (ସମ୍ବାଦ ଓଡ଼ିଶା): କ୍ରୀଡା ଛାତ୍ର ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ସୁସ୍ଥ ଓ ନିରୋଗ ଜୀବନଯାପନ ସହିତ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାରେ କ୍ରୀଡା ଏକ ମାଧ୍ୟମ ବୋଲି ଆଜି ଶିକ୍ଷା ବିକାଶ ସମିତି ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଖେଳ ପଡିଆରେ ନିରାକାରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦ୍ଵାରା ଆୟୋଜିତ ସଙ୍କୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ୯ ଟି ବିଦ୍ୟାଳୟର ବିଦ୍ୟାଳୟ ସ୍ତରରୁ ଉନ୍ନୀତ ହୋଇ ଆସିଥିବା ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି କ୍ରୀଡା ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଏହି କ୍ରୀଡା ପ୍ରତିଯୋଗିତା ଉଦଘାଟନୀ ସମାରୋହରେ ସଙ୍କୁଳ ପ୍ରମୁଖ ଗିରିଜା କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବେଳେ ଅତିଥି ଭାବେ ଯୁବନେତା ରଞ୍ଜିତ କୁମାର ଜଗଦେବ, ଗଣମାଧ୍ୟମ ପ୍ରତିନିଧି ଉମେଶ ଚନ୍ଦ୍ର ପଟ୍ଟନାୟକ, ସହଯୋଗ ପରିବାର ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ, ନିରାକାରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ସୁରେନ୍ଦ୍ର ନାଥ ସାହୁ, ଉପସଭାପତି ମନ୍ମଥ ରଞ୍ଜନ ବେହେରା, ପୂର୍ବତନ ସଭାପତି ନବକୃଷ୍ଣ ମହାପାତ୍ର, ଚିତ୍ତରଞ୍ଜନ ତ୍ରିପାଠୀ ଓ ସମାଜସେବୀ ପ୍ରସାଦ କୁମାର ଦାସ, ପ୍ରତିମା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କ୍ରୀଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନିରାକାରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ଅଜୟ କୁମାର ପାଇକରାୟ ସଞ୍ଚାଳନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ। ଅନୁଶୟା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ମଶାଲ ଶୋଭାଯାତ୍ରା ହେବା ସହିତ ଛାତ୍ର ଛାତ୍ରୀ ମାନେ ଶପଥ ପାଠ କରିଥିଲେ ଓ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଭିନ୍ନ ଭିନ୍ନ ବିଭାଗରେ ଅନୁଷ୍ଠିତ ହୋଇଥିଲା। ସଙ୍କୁଳ ସ୍ତରୀୟ ସମସ୍ତ କ୍ରୀଡା ଆଚାର୍ଯ୍ୟ ଓ ଆଚାର୍ଯ୍ୟ। ମାନେ ଯୋଗଦେଇଥିଲେ।

