Sambad Odisha

ରାଜ୍ୟ

ଅବସରପ୍ରାପ୍ତ ସାମରିକ କର୍ମଚାରୀ ସ୍ବର୍ଗତ ରବି ନାରାୟଣ ରାଉତରାୟଙ୍କ ଶୋକ ସଭା

ଅବସରପ୍ରାପ୍ତ ସାମରିକ କର୍ମଚାରୀ ସ୍ବର୍ଗତ ରବି ନାରାୟଣ ରାଉତରାୟଙ୍କ ଶୋକ ସଭା

ନିରାକାରପୁର,୧୮/୧୨( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗ୍ରାମର ଅବସରପ୍ରାପ୍ତ ସାମରିକ କର୍ମଚାରୀ ତଥା ଶାଖା ସଂଘ ସଭ୍ୟ ସ୍ବର୍ଗତ ରବି ନାରାୟଣ ରାଉତରାୟଙ୍କ ପାଇଁ ଆଜି ସ୍ଥାନୀୟ ସଖା ସଂଘ କ୍ରୀଡା ସଂସଦ ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ରାଉତରାୟଙ୍କର ଆଜି ହଠାତ୍ ହୃଦଘାତ ରେ କଟକ ମେଡ଼ିକାଲରେ ପରଲୋକ ଘଟିଛି । ଅନୁଷ୍ଠିତ ଶୋକ ସଭାରେ ସଂସଦ ସଭାପତି ବିପିନ କୁମାର ଜୟସିଂହ ଅଧ୍ୟକ୍ଷତା କରିଥିବାବେଳେ କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ପାଲଟାସିଂହ , କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ପ୍ରଧାନ, ଉପସଭାପତି ପ୍ରକାଶ କୁମାର ବଳିଆରସିଂହ, ମାନସ ଚନ୍ଦ୍ର ପଟ୍ଟନାୟକ, କୋଷାଧ୍ୟକ୍ଷ ହରିହର ସିଂହ, ଉପଦେଷ୍ଟା ମହେଶ୍ୱର ବେହେରା, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର, ହିମାଂଶୁ ଭୁଷଣ ଚମ୍ପତିରାୟ, କାର୍ଯ୍ୟକାରୀ କୋଷାଧ୍ୟକ୍ଷ ପ୍ରସାଦ ଦାସ, ଅବସରପ୍ରାପ୍ତ ସାମରିକ ଅଧିକାରୀ ବିଜୟ କୁମାର ବଳିଆରସିଂହ, ଅଶୋକ କୁମାର ବହୁବଳେନ୍ଦ୍ର, ସାରଙ୍ଗଧର ମହାପାତ୍ର, ବିଭୁ ଭୁଷଣ ଦାଶ , ସଂସଦ କ୍ୟାପଟେନ ଚିତ୍ତରଞ୍ଜନ ମହାରଣା ଓ କାର୍ତ୍ତିକ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ରାଉତରାୟଙ୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି ଅବସରରେ ସଂସଦ ପକ୍ଷରୁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

 

admin

admin

About Author

Leave a comment

Your email address will not be published. Required fields are marked *