Sambad Odisha

ମନୋରୋଜନ ରାଜ୍ୟ

ଶ୍ରୀ ସାଇ ଡ୍ୟାନସ ଗ୍ରୁପ ନୃତ୍ୟ ଶିଳ୍ପୀଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

ଶ୍ରୀ ସାଇ ଡ୍ୟାନସ ଗ୍ରୁପ ନୃତ୍ୟ ଶିଳ୍ପୀଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

ନିରାକାରପୁର,୧୯/୮(ସମ୍ବାଦ ଓଡ଼ିଶା): ତ୍ରିଧାରା ଅନୁଷ୍ଠାନ ଦ୍ଵାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଗୁରୁ ଡ ଗୁରୁପ୍ରସାଦ ଦାସଙ୍କ ୩୯ ତମ ଶ୍ରାଦ୍ଧ ଦିବସ ରେ ସ୍ଥାନୀୟ ଶ୍ରୀ ସାଇ ଡ୍ୟାନସ ଗ୍ରୁପ ସମସ୍ତ ନୃତ୍ୟ ଶିଳ୍ପୀଙ୍କୁ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ଅବସରରେ କିଛି ନୃତ୍ୟ ଗୁରୁଙ୍କୁ ଉପାଧି ପ୍ରଦାନ କରାଯାଇଛି।ଏଥିରେ ପଦ୍ମଶ୍ରୀ ଇଲିଆନା ଚିତାରିସ୍ତ, ପଦ୍ମଶ୍ରୀ ଅରୁଣ ମହାନ୍ତି, ତ୍ରିଧାରା ଅନୁଷ୍ଠାନ ନିର୍ଦ୍ଦେଶକ ଗୁରୁ ଡ ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଶ୍ରୀ ସାଇ ଡ୍ୟାନସ ଗ୍ରୁପ ନୃତ୍ୟ ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *