Sambad Odisha

ବାଣିଜ୍ୟ ରାଜ୍ୟ

ଡ୍ରୋନ କମ୍ପାନୀ: ବିଦ୍ୟୁତ ଆଘାତରେ ଶ୍ରମିକ ମୃତ୍ୟୁ 

ଡ୍ରୋନ କମ୍ପାନୀ: ବିଦ୍ୟୁତ ଆଘାତରେ ଶ୍ରମିକ ମୃତ୍ୟୁ

ନିରାକାରପୁର ,୧୯/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ମୁଣ୍ଡାଆମ୍ବ ଶିଳ୍ପା ଅଞ୍ଚଳରେ ହୋଇଥିବା ଡ୍ରୋନ କମ୍ପାନୀରେ ଆଜି ଜଣେ ଶ୍ରମିକଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଆଜି ଦିନ ସାଢେ଼ ୩ ଟା ସମୟରେ କମ୍ପାନୀ ମଧ୍ୟରେ କାର୍ଯ୍ୟରତ ଜଣେ କର୍ମଚାରୀ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କମ୍ପାନୀ ତରଫରୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ବି ସେଠାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ କର୍ମଚାରୀ ଜଣଙ୍କ ଘର ବ୍ରହ୍ମପୁର ବୋଲି ଶୁଣିବାକୁ ମିଳୁଛି। ଏ ସମ୍ପର୍କରେ ଜଂକିଆ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଙ୍କୁ ପଚାରିବାରୁ ସେ ମୃତ୍ୟୁ ବରଣ ସମ୍ପର୍କରେ ଅବଗତ ଅଛନ୍ତି କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାଇଛନ୍ତି। ଦୁଇ ମାସ ତଳେ ନିକଟସ୍ଥ କାଳୀବତି ଶିଳ୍ପା ଅଞ୍ଚଳରେ ନିର୍ମାଣାଧୀନ ଏକ କମ୍ପାନୀରୁ ଜଣେ ଶ୍ରମିକ ଖସି ମୃତ୍ୟୁବରଣ କରିଥିବାବେଳେ ଆଜିର ଏହି ଘଟଣା ଶ୍ରମିକ ମାନଙ୍କ ନିରାପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

admin

admin

About Author

Leave a comment

Your email address will not be published. Required fields are marked *