Sambad Odisha

ରାଜ୍ୟ ଶିକ୍ଷା ସ୍ପେଶାଲ

ଶ୍ରୀ ଜଗନ୍ନାଥଙ୍କ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଗୀତ ବନ୍ଦେମାତରମ୍ ର ଶହେ ପଚାଶ ବର୍ଷ ପୂର୍ତ୍ତି ଓ ଯୁବ ଦିବସ ଅନୁଷ୍ଠିତ

ଶ୍ରୀ ଜଗନ୍ନାଥଙ୍କ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଗୀତ ବନ୍ଦେମାତରମ୍ ର ଶହେ ପଚାଶ ବର୍ଷ ପୂର୍ତ୍ତି ଓ ଯୁବ ଦିବସ ଅନୁଷ୍ଠିତ

ଖୋର୍ଦ୍ଧା,୧୨/୧( ସମ୍ବାଦ ଓଡ଼ିଶା) : ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର, କାଇପଦର୍ ପରିସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଓ ଯୁବଦିବସ ଅବସରରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ସଭାର ପ୍ରାରମ୍ଭରୁ ଅଧ୍ୟାପକ ଶ୍ରୀଯୁକ୍ତ ମାନସ କୁମାର ଜୟସିଂହଙ୍କ ନିର୍ଦ୍ଦେଶନାରେ ପୂର୍ବରୁ ପ୍ରଶିକ୍ଷିତ ଏହି ରାଷ୍ଟ୍ରୀୟ ଗୀତକୁ ସମୂହ ଗାନ କରାଯାଇଥିଲା । ଏହି ସଭାର ମୁଖ୍ୟ ବକ୍ତା ଭାବରେ ଇତିହାସ ବିଭାଗର ମୁଖ୍ୟ ଡଃ. ଜନ୍ମେଜୟ ଚୌଧୁରୀ ଯୋଗ ଦେଇ ଏହି ରାଷ୍ଟ୍ରୀୟ ଗୀତ ଯୁବଦିବସ ଯୁବକ ମାନଙ୍କ ମନରେ ଦେଶପ୍ରେମ , ଭାତୃଭାବ, ତ୍ୟାଗ ଓ ବୀରତାର ଗାଥାକୁ ସ୍ମରଣ କରିବାପାଇଁ ବାକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ସଚଳା ସାମନ୍ତରାୟ , ଜାତୀୟ ସେବା ଯୋଜନାର କାର୍ଯକ୍ରମ ଅଧିକାରିଣୀ ଶ୍ରୀମତୀ ଅନୁପମା ଚମ୍ପତିରାୟ, ଅଧ୍ୟାପକ ଭୁବନେଶ୍ୱର ନାୟକ, ଅଧ୍ୟାପକ ସୁଧାଂଶୁ ଶେଖର ରଣସିଂହ, ଅଧ୍ୟାପକ ମନୋରଞ୍ଜନ ଷଡଙ୍ଗୀ, ଅଧ୍ୟାପିକା ଶ୍ରୀମତୀ ସ୍ଵୟଂମପ୍ରଭା ମାନ୍ଧାତା ଓ ଅଧ୍ୟାପିକା ଶ୍ରୀମତୀ ସବିତା ବେହେରା ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ସାଧାରଣ ଜ୍ଞାନ ପ୍ରତିଯୋଗିତାକୁ ପରିଚାଳନା କରିବା ସହିତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସମସ୍ତ କର୍ମଚାରୀ ସ୍ୱଦେଶୀ ଦ୍ରବ୍ୟ ବବ୍ୟବହାର କରିବାପାଇଁ ଶପଥ ଗ୍ରହଣ କରିଥିଲେ। ଅଧ୍ୟାପିକା ଅନୁପମା ଚମ୍ପତିରାୟ ଧନ୍ୟବାଦ ଅର୍ପଣ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *