ନିରାକାରପୁର,୧୬/୪ (ସମ୍ବାଦ ଓଡ଼ିଶା):ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଜ୍ଞାପୁରୁଷ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୧୧ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ରାମେଶ୍ୱରସ୍ଥିତ ପ୍ରଭାବତୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଜାନକୀ ବଲ୍ଲଭ ସ୍ମୃତି ସଂସଦର ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ଦିଲ୍ଲୀପ କୁମାର ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଶ୍ରାଦ୍ଧ ବାର୍ଷିକୀକୁ କିଭଳି ଶୃଙ୍ଖଳିତ ଓ ବ୍ୟାପକ ଭାବେ ପାଳନ କରାଯିବ, ସେ ନେଇ ରୂପରେଖ ପ୍ରସ୍ତୁତ କରାଯାଇଛି। ବୈଠକରେ ଜାନକୀ ବାବୁଙ୍କ ଓଡ଼ିଶା ପ୍ରତି ଥିବା ଅବଦାନ ଓ ତାଙ୍କ ସ୍ମୃତି ଚାରଣ କରାଯିବା ସହ ଶ୍ରାଦ୍ଧ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ. ସଞ୍ଜୟ କୁମାର ପଟ୍ଟନାୟକ, ସମ୍ପାଦକ, ଜାନକୀ ବଲ୍ଲଭ ରାଜ୍ୟ ଜନ୍ମ ଶତବାର୍ଷିକୀ କମିଟି,ଇଞ୍ଜିନିୟର ବିଶ୍ୱମୋହନ ପଟ୍ଟନାୟକ,ସମ୍ପାଦକ, ଜାନକୀ ବଲ୍ଲଭ ସ୍ମୃତି କମିଟି,ବିପିନ କୁମାର ଜୟସିଂହ,ବରିଷ୍ଠ ନେତା,ବିଶ୍ୱଭୂଷଣ ଛୋଟରାୟ,ଯୁବନେତା, ରମାକାନ୍ତ ମହାପାତ୍ର,ଶିକ୍ଷକ ନେତା, କଂଗ୍ରେସ ନେତା ଅମିତ ମହାନ୍ତିଙ୍କ ସମେତ ରଞ୍ଜିତ ଜଗଦେବ, ଦୋଳଗୋବିନ୍ଦ ପ୍ରଧାନ, ପ୍ରିୟରଞ୍ଜନ ଦାଶ, ପ୍ରମୋଦ ପ୍ରଧାନ, ପ୍ରସନ୍ନ କୁମାର ସାମନ୍ତରାୟ, ଦିଲ୍ଲୀପ କୁମାର ସେଠୀ, ବିଭୂତି ଭୂଷଣ ମହାପାତ୍ର, ସଞ୍ଜୟ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ପଲେଇ, ଜିତେନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ, ସୁକାନ୍ତ କୁମାର ରାଉତରାୟ, ମୃତ୍ୟୁଞ୍ଜୟ ପ୍ରଧାନ, ଗିରିଜା ମୋହନ ପଟ୍ଟନାୟକ, ହିମାଂଶୁ ଭୂଷଣ ଚମ୍ପତିରାୟ ଓ ଉମେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଏହି ବୈଠକରେ ଆସନ୍ତା ୨୧ ତାରିଖରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶୁଭେଚ୍ଛୁ ଓ ସ୍ଥାନୀୟ ଜନସାଧାରଣ ଯୋଗଦେବାକୁ ସ୍ମୃତି ସଂସଦ ପକ୍ଷରୁ ନିବେଦନ କରାଯାଇଛି।
ରାମେଶ୍ୱରଠାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୧ତମ ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

