ମୃତ୍ତିକା ଓ ଜଳ ବିନା ଜୀବଜଗତ ଅସମ୍ଭବ ।
ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ ।

ଖୋର୍ଦ୍ଧା, ୧ ୨।୧( ସମ୍ବାଦ ଓଡ଼ିଶା ):ଖୋର୍ଦ୍ଧା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପକ୍ଷରୁ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଦ୍ମକୁମୁଦ ବିଦ୍ୟାନିକେତନ ପରିସରରେ ରବିବାର ଦିନ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇଥିଲେ। ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରଧର ମିଶ୍ରଙ୍କ ତତ୍ତ୍ଵାବଧାନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ସାମନ୍ତରାୟ, ସମିତି ସଭ୍ୟା କସ୍ତୁରୀ ପ୍ରାଣିଗ୍ରାହୀ, ଭୂଷଣ୍ଡପୁର ସରପ ସୌରଭ କୂମାର ଦାସ୍ ମହାପାତ୍ର, ସୁନ୍ଦରପୁର ସରପଞ୍ଚ ସୁଜିତ୍ ହାଲଦାର, ସମିତି ସଭ୍ୟ ମମତା ରାଉତୁ, ଟାଙ୍ଗୀ ବ୍ଲକ ଆତ୍ମା ଅଧ୍ଯକ୍ଷ ସୁକାନ୍ତ ରାଉତ, ଉଜ୍ବଳାଗୋପିନାଥ ପୁର ସମିତି ସଭ୍ୟ ସୂର୍ଯ୍ୟମଣି ସାହୁ, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।ମୁଖ୍ୟ ଅତିଥି ଜଳ ବିଭାଜିକା ମହୋତ୍ସବର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହିତ କୃଷି ଉତ୍ପାଦନ ବୃଦ୍ଧିରେ ଜଳ ବିଭାଜିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ମତବ୍ୟକ୍ତ କରିଥିଲେ ।କୃଷି ଓ କୃଷକର ଉନ୍ନତି ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ଆବଶ୍ୟକ ମୃତ୍ତିକା ଓ ଜଳ ବିନା ଜୀବ ଜଗତ ବଞ୍ଚିବା ଅସମ୍ଭବ ବୋଲି କହିଥିଲେ ।ଅତିଥ୍ ମାନେ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦ୍ଵାରା କିଭଳି କୃଷି ଉପଯୋଗୀ ହୋଇପାରୁଛନ୍ତି ବୁଲି ଦେଖିଥିଲେ । ଏହି ଅବସରରେ ଜଳ ବିଭାଜିକା ମାର୍ଗଦର୍ଶନ ଏବଂ ଜଳ ବିଭାଜିକା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଥପ୍ରାନ୍ତ ନାଟକ ଏବଂ ଏଲିଡି ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା ।ଏହି ଅବସରରେ ବୃକ୍ଷରୋପଣ କରାଯିବା ସହ ଚାଷ ଜମିକୁ ସେଚ କେନାଲର, ତିନୋଟି ଜଳ ଅମଳ ପ୍ରକଳ୍ପ ଲୋକାର୍ପଣ ସହ ସୁନ୍ଦରପୁର ଗ୍ରାମରେ ନୂତନ ଭାବେରେ ହେବାକୁ ଥିବା ଜଳ ଅମଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି, କୃଷି,ମତ୍ସ୍ୟ, ପ୍ରଣୀ ସଂପଦର ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ଟାଙ୍ଗୀ ବ୍ଲକରୁ ପ୍ରାୟ ଏକ ହଜାରରୁ ଉଦ୍ଧ ଚାଷୀ ଯୋଗଦେଇଥିଲେ ।ବେଗୁନିଆ ବ୍ଲକ ସହକାରୀ ଉପନିର୍ଦ୍ଦେଶିକା ଶୃତି ନନ୍ଦ ସ୍ଵାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୃ^କା ସଂରକ୍ଷଣ ସହକାରୀ ନିର୍ଦ୍ଦେଶକ ଜି.ମାନସୀ ଧନ୍ୟବାଦ ଅର୍ପଣ କରିଥିଲେ ।ମୃତ୍ତିକା ସଂରକ୍ଷଣ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

