Sambad Odisha

ଦେଶ ବିଦେଶ ରାଜ୍ୟ

ବିଦ୍ୟାଳୟ ଓ ବିଦ୍ୟାର୍ଥୀଙ୍କୁ ଗୈରୀକରଣରୁ ସରକାର କ୍ଷାନ୍ତ ରୁହନ୍ତୁ : ଏସ୍.ଏଫ୍. ଆଇ.

ବିଦ୍ୟାଳୟ ଓ ବିଦ୍ୟାର୍ଥୀଙ୍କୁ ଗୈରୀକରଣରୁ ସରକାର କ୍ଷାନ୍ତ ରୁହନ୍ତୁ : ଏସ୍.ଏଫ୍. ଆଇ.


ଟାଙ୍ଗୀ ୦୨/୦୮( ସମ୍ବାଦ ଓଡ଼ିଶା ) ଓଡ଼ିଶା ପ୍ରାଥମିକ ଶିକ୍ଷା କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଗେରୁଆ ରଙ୍ଗର ପରିଚୟ ପତ୍ର ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକର ମଲାଟକୁ ଗେରୁଆ ରଙ୍ଗ କରାଯାଇଛି । ବିଦ୍ୟାଳୟଗୁଡିକର କୋଠାବାଡ଼ି ରଙ୍ଗ ଗେରୁଆ ହେଉଛି । ଇତି ମଧ୍ୟରେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ଗେରୁଆ ରଙ୍ଗର ପୋଷାକ ବଣ୍ଟା ଯାଇଛି।ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ଏହାର ସମସ୍ତ ଛାମୁଆ ସଂଗଠନର ପତାକା ହେଉଛି ଗେରୁଆ । ରାଜ୍ୟ ସରକାର ବିଦ୍ୟାଳୟ ଓ ବିଦ୍ୟାର୍ଥିଙ୍କୁ ଗେରୁଆ ରଙ୍ଗରେ ରଙ୍ଗାୟିତ କରି ଧାର୍ମିକ ଉଦବେଳନ ସୃଷ୍ଟି କରିବାକୁ ଚାହୁଁଛନ୍ତି।ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସ୍ବାଧିନତା ଆନ୍ଦୋଳନ କାଳରେ ଚୁଡାନ୍ତ।  ଜାତୀୟ ପତାକାର ରଙ୍ଗକୁ ପ୍ରତ୍ୟାଖ୍ୟାନ କରିଥିଲେ ଓ ଜାତୀୟ ପତାକାର ରଙ୍ଗ ଗେରୁଆ କରିବା ପାଇଁ ଦାବୀ କରିଥିଲେ । ଏହା ଥିଲା ସେମାନଙ୍କର ଅସଲ ଦେଶପ୍ରେମର ନମୁନା ଓ ଗୁପ୍ତ ରାଜନୈତିକ କର୍ମସୂଚୀର ନଗ୍ନ ପ୍ରତିଫଳନ । ଶାସନ କ୍ଷମତା ଦଖଲ ପରେ ଏହି କର୍ମସୁଚୀକୁ କାର୍ଯ୍ୟକାରୀ କରିବାକୁ ଯୋଜନାବଦ୍ଧ ଭାବେ ଉଦ୍ୟମ କରୁଛନ୍ତି । ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରୁ ଦୂରେଇ ରୁଢ଼ିବାଦ ଭିତରେ ଡୁବେଇ ରଖିବା ପ୍ରୟାସର ଏହା ହେଉଛି ଅନ୍ୟତମ ଅଂଶ ବିଶେଷ।ରାଜ୍ୟ ସରକାର ଏଥିରୁ କ୍ଷାନ୍ତ ରୁହନ୍ତୁ ବୋଲି ଭାରତର ଛାତ୍ର ଫେଡେରେସନ୍ ( ଏସ ଏଫ୍ ଆଇ) ଓଡ଼ିଶା ଯୁଗ୍ମ ସମ୍ପାଦକ ସାଥୀ ଲିପୁ ବଳିଆରସିଂହ , ରାଜ୍ୟ କମିଟି ସଭ୍ୟ ସାଥୀ ଅନୀଲ କୁମାର ସାହୁ,ଦିନେଶ ବଳିଆରସିଂହ,ରୁପାଲୀ ମହାରଣା ଓ ରାଜ୍ୟ ଉପଦେଷ୍ଟା ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ଏକ ମିଳିତ ପ୍ରେସ ବିବୃତିରେ କହିଛନ୍ତି ।

admin

admin

About Author

Leave a comment

Your email address will not be published. Required fields are marked *