ବଦଳିଯିବ ଓଡ଼ିଶାର ପରିବହନ ଚିତ୍ର: ଆରମ୍ଭ ହେବାକୁ ଯାଉଛି ‘କ୍ୟାପିଟାଲ ରିଜିଅନ ରିଂ ରୋଡ଼’ (CRRR)
ଭୁବନେଶ୍ୱର,୩/୩(ସମ୍ବାଦ ଓଡ଼ିଶା): ରାଜଧାନୀ ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସମାଧାନ ଏବଂ ଦ୍ରୁତ ଯୋଗାଯୋଗ ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟରପ୍ଲାନ୍। ଖୋର୍ଦ୍ଧାର ରାମେଶ୍ୱରରୁ କଟକର ଟାଙ୍ଗି ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ୬-ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ନ୍ୟାସନାଲ ହାଇୱେର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାମେଶ୍ୱରରୁ ବିଳିପଡ଼ା (୪୦.୨୫
କିମି)ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପଟେଲ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ଼ ଦ୍ୱାରା ସମ୍ପାଦିତ ହେବ। ଏଥିପାଇଁ ୧୨୩୮.୭୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ, କାମ ଆରମ୍ଭ ହେବାର ମାତ୍ର ଅଢେଇ ବର୍ଷ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରାସ୍ତାରେ ଯାନବାହନଗୁଡ଼ିକ ଘଣ୍ଟାପ୍ରତି ୧୦୦ କିମି ବେଗରେ ଗତି କରିପାରିବେ। ଭାରତର ଅତ୍ୟାଧୁନିକ Multi Lane Free Flow (MLFF) ଟୋଲିଂ ବ୍ୟବସ୍ଥା ଲାଗୁ ହେବ, ଯାହାଦ୍ୱାରା ଗାଡ଼ିକୁ ଟୋଲ୍ ଗେଟ୍ରେ ଅଟକିବାକୁ ପଡ଼ିବ ନାହିଁ। ସାଧାରଣ ଲୋକଙ୍କ ସୁବିଧା ପାଇଁ ୨୩ଟି ଯାନବାହନ ଅଣ୍ଡରପାସ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ୭ଟି ହାତୀ ଅଣ୍ଡରପାସ ନିର୍ମାଣ କରାଯିବ। ରାମେଶ୍ୱର ଠାରେ ଏନଏଚ-୧୬ ଏବଂ ସାରୁଅ ଠାରେ ଏନଏଚ-୫୭ ସହ ଏହି ରାସ୍ତା ସଂଯୋଗ ହେବ।ଏହି ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଫ୍ଲେକ୍ସିବୁଲ ପେଭମେଣ୍ଟ (ପିଚୁ ରାସ୍ତା) ହେବ। ଯାତ୍ରୀମାନଙ୍କ ବିଶ୍ରାମ ପାଇଁ ଅତ୍ୟାଧୁନିକ ‘ରେଷ୍ଟ ଆଣ୍ଡ ସର୍ଭିସ ଏରିଆ’ର ବ୍ୟବସ୍ଥା ମଧ୍ୟ ରହିବ। ପ୍ରତିଦିନ ପ୍ରାୟ ୨୮,୨୮୨ ରୁ ଅଧିକ ଯାନବାହନ ଏହି ରାସ୍ତା ଦେଇ ଯାତାୟାତ କରିବେ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଖୋର୍ଦ୍ଧା, ବାଙ୍କି ଏବଂ କଟକ ମଧ୍ୟରେ ଦୂରତା କମିବା ସହ ଅଞ୍ଚଳର ଆର୍ଥିକ ବିକାଶରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।