Sambad Odisha

ଅପରାଧ ରାଜ୍ୟ

ଖୋର୍ଦ୍ଧା ଅବକାରୀ ବିଭାଗର ବଡ଼ ସଫଳତା: ୧୦୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅବକାରୀ ବିଭାଗର ବଡ଼ ସଫଳତା: ୧୦୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଖୋର୍ଦ୍ଧା,୩/୩(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଆଜି  ଦିନ ପ୍ରାୟ ୧ଟା ୨୦ ମିନିଟ ସମୟରେ, ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଅପରେସନ କରାଯାଇଥିଲା। ଖୋର୍ଦ୍ଧା ରେଞ୍ଜ ଅବକାରୀ ନିରୀକ୍ଷକ ଶ୍ରୀ ରାଧାକାନ୍ତ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଖୋର୍ଦ୍ଧା ଅବକାରୀ ବିଭାଗ ଓ.ଆଇ.ସି. ଶ୍ରୀ ସୁଜିତ୍ କୁମାର ମୁଦୁଲିଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଥିଲା।୫୭ ନମ୍ବର ଜାତୀୟ ରାଜପଥର ତରତୁଆ ନିକଟସ୍ଥ ନାୟରା ପେଟ୍ରୋଲ ଫିଲିଂ ଷ୍ଟେସନ ସାମନାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏକ ମହିନ୍ଦ୍ରା ନିଓ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଟିମ୍ ଏହାକୁ ଅଟକାଇଥିଲେ।ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ପ୍ରେମଝରି ଗ୍ରାମର ଶିବ ଦିଗାଲ (୨୬) ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ ଗଞ୍ଜେଇ: ୧୦୦ କେଜି (୧ କୁଇଣ୍ଟାଲ), ଧଳା ରଙ୍ଗର ମହିନ୍ଦ୍ରା ନିଓ ବୋଲେରୋ (ନଂ: OD-05-CG-2709),  ୦୨ଟି ସ୍ମାର୍ଟ ଫୋନ  ଜବତ କରାଯାଇଛି।ଏହି ମାମଲାରେ ଅବକାରୀ ବିଭାଗ ପକ୍ଷରୁ ପି.ଆର୍. ନମ୍ବର ୩୦୪/୨୫-୨୬ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।ଏହି ଚଢ଼ାଉରେ ଶ୍ରୀ ସମରେନ୍ଦ୍ର ସାମନ୍ତ ସିଂହାର, ଟିଟୁ ସାହୁ, ପ୍ରଣବ କୁମାର ବେହେରା, ଚିନ୍ମୟୀ ସେଠୀ ଏବଂ ସାନନ୍ଦ କହର ପ୍ରମୁଖ ସାମିଲ ହୋଇ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।

admin

admin

About Author

Leave a comment

Your email address will not be published. Required fields are marked *