Sambad Odisha

ବାଣିଜ୍ୟ ବ୍ୟବସାୟ ରାଜ୍ୟ

ବଡପୋଖରୀଆରେ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ସିଏନଜି ଟାଙ୍କି ଉଦଘାଟିତ

ବଡପୋଖରୀଆରେ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ସିଏନଜି ଟାଙ୍କି ଉଦଘାଟିତ

ବଡପୋଖରୀଆରେ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ସିଏନଜି ଟାଙ୍କି ଉଦଘାଟିତବଡପୋଖରୀଆରେ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ସିଏନଜି ଟାଙ୍କି ଉଦଘାଟିତ

ଖୋର୍ଦ୍ଧା,୧୩/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ବଡପୋଖରୀଆ ମା ଉଗ୍ରତାରା ପେଟ୍ରୋଲ ଟାଙ୍କିରେ ଗେଲ ଇଣ୍ଡିଆ ଓ ଏଚପିସିଏଲ ମିଳିତ ସହଯୋଗ ରେ ବଡପୋଖରୀଆ ପେଟ୍ରୋଲ ଟାଙ୍କିରେ ସିଏନଜି ଟାଙ୍କିର ଶୁଭ ଉଦଘାଟନ କରାଯାଇଛି। ସିଏନଜି ଟାଙ୍କି ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବରେ ଗେଲ ଇଣ୍ଡିଆର ଓଡିଶା ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଚ୍ କେ ଗର୍ଗ ଓ ମୂଖ୍ୟ ପରିଚାଳକ କୈ।ସି ଦାଶ ଓ ଏଚପିସିଏଲ ମୂଖ୍ୟ ପରିଚାଳକ ସୁଧିର ରଂଜନ ଷଡ଼ଙ୍ଗୀ,ଓଡିଶା ମୂଖ୍ୟ ପରିଚାଳକ ରାତୁଲ ବୋରା,ମାର୍କେଟିଂ ଅଫିସର ପିଣ୍ଟୁ କୁମାର ଶର୍ମା,ପ୍ରମୁଖଙ୍କ ସହିତ ମାନ୍ୟଗଣ ବ୍ୟକ୍ତିମାନେ ଉପସ୍ଥିତ ରହି ଫିତା କାଟି ସିଏନଜି ଟାଙ୍କିର ଉଦଘାଟନ କରିଥିଲେ।ଏହି ସିଏନଜି ଟାଙ୍କି ସ୍ଥାପନା ହେବା ଦ୍ୱାରା ବଡପୋଖରୀଆ ସହ ଆଖପାଖ ଅଞ୍ଚଳର ଯାନବାହନ ଚାଳକମାନେ ସୁବିଧା ପାଇବେ। ସିଏନଜି ଏକ ସ୍ୱଚ୍ଛ ଓ ପରିବେଶ-ବନ୍ଧୁ ଇନ୍ଧନ ହେବାରୁ ବାୟୁ ପ୍ରଦୂଷଣ କମିବା ସହିତ ଇନ୍ଧନ ଖର୍ଚ୍ଚ ମଧ୍ୟ କମିବ। ଅତିଥିମାନେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଏହି ସିଏନଜି ଟାଙ୍କି ଅଞ୍ଚଳର ଉନ୍ନତିରେ ଏକ ନୂଆ ଦିଗ ଖୋଲିବା ସହ ରୋଜଗାର ସୃଷ୍ଟିରେ ସହାୟକ ହେବ ସ୍ଥାନୀୟ ଲୋକମାନେ ଏହି ପ୍ରକଳ୍ପକୁ ସ୍ୱାଗତ କରି ଖୁସି ପ୍ରକାଶ କରିଛନ୍ତି।ଶେଷରେ ଉକ୍ତ ପେଟ୍ରୋଲ ଟାଙ୍କିର ପ୍ରୋପାଇଟର ପ୍ରଭାତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *