Sambad Odisha

ରାଜ୍ୟ ଶିକ୍ଷା

ପିଏମଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ପିଏମଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ନିରାକାରପୁର,୯/୨(ସମ୍ବାଦ ଓଡ଼ିଶା):ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ସ୍ଥିତ ପିଏମଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ହୋଇଯାଇଅଛି । ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ଛୋଟରାୟ ଙ୍କ ପରିଚାଳନା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ମୁଖ୍ୟ ବକ୍ତା ଭାବେ ଟାଙ୍ଗୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥିଭାବେ ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ବିଦ୍ୟାଳୟ ଏସ.ଏମ.ସି ସଭାପତି ରବି ନାରାୟଣ ବାହିନୀପତି, ସରପଞ୍ଚ କାଦମ୍ବିନୀ ବେହେରା ଓ ସମିତି ସଭ୍ୟା ଲୋପାମୁଦ୍ରା ଦାଶ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ପାଇଁ ଶିକ୍ଷଣୀୟ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ସର୍ବାଙ୍ଗୀନ ଉନ୍ନତି କରିବାକୁ ମତବ୍ୟକ୍ତ କରିଥିବାବେଳେ ଛାତ୍ର ଛାତ୍ରୀ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଶିକ୍ଷୟତ୍ରୀ ରିତା ବଲ୍ଲଭି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମଞ୍ଚ ସଂଚାଳନ କରିଥିଲେ ବିଜୟ କୁମାର ସେଠି ।ସମସ୍ତ କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥିଗଣ ସିଲ ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ ।ସ୍ୱତନ୍ତ୍ର ଭାବେ ସହକାରୀ ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ର ଙ୍କୁ ମାନପତ୍ର ଉତ୍ତରୀୟ ଦେଇ ଅତିଥି ପୁରସ୍କୃତ କରିଥିଲେ ।ବିଶ୍ୱଜିତ ସାହୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଦେଇଥିଲେ । ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ନୃତ୍ୟ ପରିବେଷଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ମିତାଞ୍ଜଳି ବେହେରା, ରବୀନ୍ଦ୍ର ନିମାଲ, ରୁପାଲୀ ପାଇକରାୟ ପ୍ରମୁଖ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । ଅଞ୍ଚଳ ର ବୁଦ୍ଧିଜୀବୀ,ଅଭିଭାବକ ପୁରାତନ ଛାତ୍ର, ଏସ ଏମ ସି କର୍ମଚାରୀ ସମେତ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

admin

admin

About Author

Leave a comment

Your email address will not be published. Required fields are marked *