Sambad Odisha

କୃଷି ରାଜ୍ୟ ଶିକ୍ଷା

ଏକ ଦିବସୀୟ ରୋଷେଇ ବଗିଚା ସମ୍ବନ୍ଧୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଏକ ଦିବସୀୟ ରୋଷେଇ ବଗିଚା ସମ୍ବନ୍ଧୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

            ରୋଷେଇ ବଗିଚା ଉଦଘାଟିତ

ନିରାକାରପୁର,୧୦/୨(ସମ୍ବାଦ ଓଡ଼ିଶା): ଓଡ଼ିଶା ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ପରିବେଶ ଅଧ୍ୟୟନ କେନ୍ଦ୍ର ସହାୟତାରେ ଆଜି ଖୋର୍ଦ୍ଧା ଜିଲ୍ଲା କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଦିବସୀୟ ରୋଷେଇ ବଗିଚା ସମ୍ବଦ୍ଧିୟ ଦକ୍ଷତା ବିକାଶ ଓ ରୋଷେଇ ବଗିଚା ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧକ୍ଷ ଡ ସୁଧାଂଶୁ ଶେଖର ମହାନ୍ତି ସଭାପତିତ୍ବ କରିଥିବାବେଳେ ଅତିଥି ଭାବେ କୃଷି ବିଶେଷଜ୍ଞ ରମେଶ ଚନ୍ଦ୍ର ରାଉତ, ଶିକ୍ଷାବିତ୍ ଗୋଦାବରୀଶ ସାହୁ ଓ ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଉପକାରିତା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଶେଷରେ ଅଧ୍ୟାପକ ଅଭିରାମ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଏକ ରୋଷେଇ ବଗିଚାକୁ ଅତିଥି ମାନେ ଉଦଘାଟିତ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ,ଭଦ୍ରବ୍ୟକ୍ତି ଓ କର୍ମଚାରୀ ବଗିଚା ପରିଦର୍ଶନ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *