Sambad Odisha

ମନୋରୋଜନ ରାଜ୍ୟ ଶିକ୍ଷା

ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥ ଚୟନ କଲେ ସଫଳତା ନିଶ୍ଚିତ: ଆଇଏନଏମଟି ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥ ଚୟନ କଲେ ସଫଳତା ନିଶ୍ଚିତ: ଆଇଏନଏମଟି ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା, ୨୫/୩(ସମ୍ବାଦ ଓଡ଼ିଶା): ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନେ ଯଦି ବାସ୍ତବବାଦୀ ହୋଇ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥ ଚୟନ କରିବେ, ତେବେ ଜୀବନରେ ନିଶ୍ଚିତ ସଫଳତା ହାସଲ କରିପାରିବେ। ଖୋର୍ଦ୍ଧା ଜିଲ୍ଲା ସରପାରୀ ସ୍ଥିତ ଆଇଏନଏମଟି ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।କଲେଜର ଅଧ୍ୟକ୍ଷା ଡ. ଅଭିଷ୍ପା ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସୋସିଓଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡ. ରବୀନ୍ଦ୍ର ଗରାଡ ଏବଂ ସମ୍ମାନୀତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରଶାସନିକ ସେବା ବିଭାଗ ମୁଖ୍ୟ ପ୍ରଫେସର ଡ. ପ୍ରତିମା ଷଢ଼ଙ୍ଗୀ ଓ ମହାଶକ୍ତି ସିମେଣ୍ଟର ଉପ-ସଭାପତି ସଞ୍ଜୟ ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ଏହି ଅବସରରେ ପୂର୍ବରୁ ସ୍ଥାନୀୟ ସରପାରୀ ବିଦ୍ୟାଳୟରେ ଅନୁଷ୍ଠିତ ‘ବାଲ୍ ବିକାଶ’ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଅଧ୍ୟାପିକା ଭାଗ୍ୟଶ୍ରୀ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଡିନ୍ ଏକାଡେମୀ ଡ. ବ୍ରଜବନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ବେଶ୍ ମନୋରଞ୍ଜକ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *