Sambad Odisha

ରାଜ୍ୟ

ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ

ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ

 

ଖୋର୍ଦ୍ଧା,୮/୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ମା ରାମଚଣ୍ଡୀ ଙ୍କ ପବିତ୍ର ପୀଠରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତପନ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟ ଯୋଗଦେଇ ଜିଲ୍ଲା ସଂଗଠନର କାର୍ଯ୍ୟ ପନ୍ଥା ସମ୍ପର୍କରେ ପରାମର୍ଶ ଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁଶାନ୍ତ କୁମାର ବିଶ୍ବାଳ, ଜିଲ୍ଲା ଉପସଭାପତି ଶୟଦ ଅନସର୍ ଅଲ୍ଲୀ ,ବେଗୁନିଆ ବ୍ଲକ ସମ୍ପାଦକ ଚନ୍ଦନ କୁମାର ସୁନ୍ଦରାୟ,ଜଟଣୀ ବ୍ଲକ ସମ୍ପାଦକ ଶ୍ରୀକାନ୍ତ ପ୍ରଧାନ,ଟାଙ୍ଗୀ ବ୍ଲକ ସମ୍ପାଦକ ଶୁଭ୍ରାଂଶୁ ଭୁଷଣ ଚମ୍ପତିରାୟ ନିଜ ନିଜ ବ୍ୟକ୍ତବ୍ୟରେ ସଂଗଠନକୁ ପୂର୍ବାପେକ୍ଷା କିଭଳି ଆହୁରି ମଜଭୁତ କରାଯାଇ ପାରିବ ସେ ସମ୍ପର୍କରେ ଉଦବୋଧନ ଦେଇଥିଲେ ।ପ୍ରାରମ୍ଭରେ ଖୋର୍ଦ୍ଧା ବ୍ଲକ ସମ୍ପାଦକ ରାଜେଶ କୁମାର ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଧାନ କରିଥିବାବେଳେ ପରିଶେଷରେ ବେଗୁନିଆ ବ୍ଲକ ସମ୍ପାଦକ ଶ୍ରୀ ସୁନ୍ଦରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ବୈଠକ ଓ ବନ୍ଧୁମିଳନ କାର୍ଯ୍ୟ କ୍ରମରେ ଅଶୋକ ପଟ୍ଟନାୟକ, ରାଜେନ୍ଦ୍ର ପ୍ରସାଦ ନାୟକ, ସତ୍ୟ ନାରାୟଣ ସାମନ୍ତରାୟ, ସନ୍ଦୀପ କୁମାର ବର୍ମନ୍, ରମେଶ ସାମନ୍ତରାୟ, ଅଜିତ ମିଶ୍ର, ସେକ୍ ଅନୁୱର୍ ଅଲ୍ଲୀ, ତ୍ରିଲୋଚନ ବାଘସିଙ୍ଗ, ସିଦ୍ଧାର୍ଥ ମହାନ୍ତି,ପ୍ରକାଶ ପଟ୍ଟନାୟକ, ସୁଭଲକ୍ଷ୍ମୀ ସାମନ୍ତରା, ମହମ୍ମଦ ଫଜଳୁର୍ ରହମନ୍ ଏବଂ ନୂତନ ସଦସ୍ୟ ରୂପେ ସଞ୍ଜୟ କୁମାର ଦାସ, ଶ୍ୟାମ ସୁନ୍ଦର ପଟ୍ଟନାୟକ ଯୋଗଦେଇଥିଲେ।

admin

admin

About Author

Leave a comment

Your email address will not be published. Required fields are marked *