Sambad Odisha

ମନୋରୋଜନ ରାଜ୍ୟ ଶିକ୍ଷା

କ୍ଷେତ୍ରବାସୀ ଏକାଡେମୀ ୨୦୦୭ ମସିହା ବ୍ୟାଚ୍ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

କ୍ଷେତ୍ରବାସୀ ଏକାଡେମୀ ୨୦୦୭ ମସିହା ବ୍ୟାଚ୍ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଏକାଠି ହେଲେ ସମସ୍ତଙ୍କୁ ମନେପକାଇଲେ

ନିରାକାରପୁର, ୮/୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଡିଆ କପିଳେଶ୍ୱର ଦେବଙ୍କ ପୀଠ ରେ ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ର ୨୦୦୭ ମସିହା ବ୍ୟାଚ ଛାତ୍ରଛାତ୍ରୀଙ୍କ ଏକ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁରାତନ ଛାତ୍ର ଛାତ୍ରୀମାନେ ଏକାଠି ହୋଇ ସ୍କୁଲ ବେଳର ଅତୀତ କଥାକୁ ମନେ ପକାଇ ଉଲ୍ଲସିତ ହୋଇଥିଲେ। ପରସ୍ପରକୁ ଅସମୟରେ ସହଯୋଗ କରିବାକୁ ବନ୍ଧୁମାନେ ମତବ୍ୟକ୍ତ କରିଥିଲେ। ଶେଷରେ ସମସ୍ତେ ଏକାଠି ଭୋଜି ଖାଇ ଭାତୃଭାବ କୁ ସୁଦୃଢ଼ କରିଥିଲେ। ଏହି ଅବସରରେ ସ୍ବର୍ଗ ପ୍ରାପ୍ତି ହୋଇଥିବା ବନ୍ଧୁ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।ଆଜିର ଏହି ମିଳନ ଉତ୍ସବ କୁ ସଫଳ କରିବାରେ ମାନସ ରଂଜନ ପଟ୍ଟନାୟକ ,ଅନିଲ ସେନାପତି,ବିଜୟ ରଣବୀର,ବିଜୟ ମାଝୀ, ଅମରେନ୍ଦ୍ର ବାରିକ, ଜୀବନରଶ୍ମୀ ମହାପାତ୍ର,ରଜନୀକାନ୍ତ ସେନାପତି,ସୁବାସ ସେନାପତି ,କୈଳାସ ଦଲାଇ ,ପ୍ରିୟଦର୍ଶନୀ ସାରଙ୍ଗୀ ,ପ୍ରିୟା ପ୍ରିୟା ଦର୍ଶନୀ,ନାଫିସା ଅଲ୍ଲୀ,ଯଜ୍ଞଦତ୍ତ ସାହୁ ପ୍ରମୁଖ ସମ୍ପୁର୍ଣ ସହଯୋଗ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *