କାଶିପୁର ପ୍ରିମିୟର ଲିଗ୍ ସିଜିନ୍-୪: ଟାଇଟନ୍ସକୁ ହରାଇ ଚାମ୍ପିଅନ୍ ହେଲା କାଶିପୁର ଆଭେଞ୍ଜର୍ସ
ନିରାକାରପୁର,୧/୪( ସମ୍ବାଦ ଓଡ଼ିଶା): ସ୍ଥାନୀୟ କାଶିପୁର ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି ବହୁ ପ୍ରତିକ୍ଷିତ “କାଶିପୁର ପ୍ରିମିୟର ଲିଗ୍ ସିଜିନ୍-୪”ର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍। ଏହି ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ କାଶିପୁର ଟାଇଟନ୍ସକୁ ପରାସ୍ତ କରି ଚଳିତ ବର୍ଷର ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି “କାଶିପୁର ଆଭେଞ୍ଜର୍ସ”।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କାଶିପୁର ଆଭେଞ୍ଜର୍ସ ଦଳ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୯୪ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା। ୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି କାଶିପୁର ଟାଇଟନ୍ସ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ କଡ଼ା ବୋଲିଂର ସାମ୍ନା କରି ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା ୮ ୱିକେଟ୍ ହରାଇ ମାତ୍ର ୫୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ କାଶିପୁର ଆଭେଞ୍ଜର୍ସ ଦଳ ୨୭ ରନରେ ବିଜୟୀ ହୋଇ ଟ୍ରଫି ହାସଲ କରିଛି।ଏହି ଫାଇନାଲ୍ ମ୍ୟାଚ୍ ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ସଂଯୁକ୍ତା ମିଶ୍ର (ବିଶିଷ୍ଟ ମହିଳା ନେତ୍ରୀ),ଉମେଶ ଚନ୍ଦ୍ର ମିଶ୍ର (ଶିକ୍ଷାବିତ୍) ,ନକୁଳ ସାହୁ (ୱାର୍ଡ ସଭ୍ୟ) ଓ ନୃସିଂହ କୁମାର ଦଳେଇ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ-ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଖେଳ ଜରିଆରେ ଭାଇଚାରା ଓ ଏକତା ବଜାୟ ରଖିବାକୁ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।

