Sambad Odisha

ରାଜ୍ୟ

ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଖୋର୍ଦ୍ଧା,୨/୩( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳବାଇ ପୋଲିସ୍ ଫାଣ୍ଡି ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଅଜଣା ଯୁବକ ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ପଡ଼ିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ କି ଗତ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବାଲୁଗାଁ ରେଳ ଷ୍ଟେସନ ମଧ୍ୟକୁ ଏକ ମାଲବାହୀ ଟ୍ରେନ୍ ପ୍ରବେଶ କରୁଥିବା ବେଳେ ଜଣେ ଅଜଣା ଯୁବକ ହଠାତ୍ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ।ଷ୍ଟେସନରେ ଉପସ୍ଥିତ ଥିବା ଲୋକେ ଓ ରେଳବାଇ ପୋଲିସ ତାଙ୍କୁ ତୁରନ୍ତ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ଏହି ଘଟଣାକୁ ନେଇ ଖୋର୍ଦ୍ଧା ରୋଡ୍ ଜିଆରପି ପକ୍ଷରୁ କେସ୍ ନମ୍ବର ୧୦ (ତା ୦୧/୦୩/୨୬) ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।ମୃତକଙ୍କ ଏପର୍ଯ୍ୟନ୍ତ ପରିଚୟ ମିଳିନାହିଁ। ଆନୁମାନିକ ବୟସ: ୩୦ ବର୍ଷ ହେବ। ସେ ଏକ ଆକାଶୀ ରଙ୍ଗର ଛିଟ ଟି ସାର୍ଟ ଓ ଏକ ବ୍ଲୁ ରଙ୍ଗର ଫୁଲ ପ୍ୟାଣ୍ଟ୍ ପିନ୍ଧି ଥିବାର ଦେଖି ଯାଇଛି ।ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଯୁବକଙ୍କ ପରିଚୟ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।

admin

admin

About Author

Leave a comment

Your email address will not be published. Required fields are marked *