Sambad Odisha

ଅପରାଧ ରାଜ୍ୟ ସ୍ପେଶାଲ

ଜଂକିଆ ପୋଲିକକୁ ବଡ ସଫଳତା ଡକାୟତି ପାଇଁ ରଚିଥିଲେ ଚକ୍ରବ୍ୟୁହ, ମାଡ଼ି ବସିଲା ପୁଲିସ: ୭ ଜଣଙ୍କୁ କୋର୍ଟ ଚାଲାଣ :ଖଣ୍ଡା ଓ କଟୁରୀ ସହ ୭ ଡକାୟତ କାବୁ

ଜଂକିଆ ପୋଲିକକୁ ବଡ ସଫଳତା

ଡକାୟତି ପାଇଁ ରଚିଥିଲେ ଚକ୍ରବ୍ୟୁହ, ମାଡ଼ି ବସିଲା ପୁଲିସ: ୭ ଜଣଙ୍କୁ କୋର୍ଟ ଚାଲାଣ :ଖଣ୍ଡା ଓ କଟୁରୀ ସହ ୭ ଡକାୟତ କାବୁ

ନିରାକାରପୁର,୧/୩(ସମ୍ବାଦ ଓଡ଼ିଶା ):ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁଲିସ। ରବିବାର ଭୋର ସମୟରେ କବରସ୍ଥାନ ନିକଟରେ ସଂଘବଦ୍ଧ ହୋଇ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପୁଲିସ ଚଢ଼ାଉ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଜଣେ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ଖସିଯିବାରେ ସଫଳ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଙ୍କିଆ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଭୋର ପ୍ରାୟ ୪:୨୦ ମିନିଟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, କିଛି ଦୁର୍ବୃତ୍ତ ମାରଣାସ୍ତ୍ର ସହ ଛଣଗିରି କବରସ୍ଥାନ ନିକଟରେ ଏକାଠି ହୋଇଛନ୍ତି। ଖବର ପାଇ ପୁଲିସ ଟିମ୍ ଦୁଇଜଣ ସାକ୍ଷୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ଘେରି ଯାଇଥିଲେ। ପୁଲିସକୁ ଦେଖି ଦୁର୍ବୃତ୍ତମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ୭ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା।‌ଗିରଫ ଯୁବକ ମାନେ ହେଲେ ଏସ.କେ. କରିମ ଓରଫ କାସିମ (୩୪)ଏସ.କେ. ଅଜିମ ଓରଫ ପାପୁ (୩୧),ଏସ.କେ. ସମିମ ଓରଫ ସୋନୁ (୨୬),ରାଜୁ ଖାନ ଓରଫ ବାବୁଲୁ (୧୯),ଗୋବିନ୍ଦ ଜେନା ଓରଫ କାଡୁ (୩୭),ଫାରୁକ ଖାନ (୩୦) ଓ ରଞ୍ଜନ ସ୍ୱାଇଁ (୩୯)।ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି।ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଛୁରି,ଗୋଟିଏ ଲୁହା ରଡ୍, ଗୋଟିଏ ଲୁହା ଖଣ୍ଡା,କାଠ ବେଣ୍ଟ ଥିବା ଏକ କଟୁରୀ,୧୮ଟି ଖାଲି ବିୟର ବୋତଲ, ପ୍ଲାଷ୍ଟିକ ଗ୍ଲାସ ଓ ସିଗାରେଟ୍ ପ୍ୟାକେଟ୍ ,ଏକ ହିରୋ ଏଚ ଏଫ୍ ଡିଲକ୍ସ ମୋଟରସାଇକେଲ୍ (ନମ୍ବର: ଓଡି ୦୫ ଏ ଏଚ୍ ୩୩୨୭) ବିଭିନ୍ନ ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ସେହି ଅଞ୍ଚଳରେ ରାସ୍ତା ଡକାୟତି ଓ ଘର ଚୋରି କରିବା ପାଇଁ ଯୋଜନା କରିଥିଲେ। ସେମାନଙ୍କ ବିରୋଧରେ ବିଏନଏସ ର ଧାରା ୩୧୦(୪)/୩୧୦(୫) ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜଂକିଆ ପୋଲିସ ଆଇଆଇସି ସୁଶାନ୍ତ କୁମାର ବେହେରାଙ୍କ ନିର୍ଦ୍ଦେଶରେ ଏସ ଆଇ କେଶବ ଚନ୍ଦ୍ର ବେହେରାଙ୍କ ନେତୃତ୍ଵ ଏସ ଆଇ ଦେବସ୍ମିତା ବେହେରା, ମାନସ କୁମାର ଶା, ନିହାର ରଞ୍ଜନ ନାୟକ, ରଞ୍ଜନ କୁମାର ପଟ୍ଟନାୟକ,ନିହାର ରଞ୍ଜନ ଶ୍ରୀଚନ୍ଦନ, ବାସୁଦେବ ମଲ୍ଲିକ ଓ ତ୍ରିଲୋଚନ ଦାସ ପ୍ରମୁଖ ଏହି ଧରପଗଡ ରେ ସାମିଲ ଥିଲେ ।

admin

admin

About Author

Leave a comment

Your email address will not be published. Required fields are marked *