ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ବିଶ୍ଵ କର୍କଟ ଦିବସ
ଖୋର୍ଦ୍ଧା ୪/୨(ସମ୍ବାଦ ଓଡ଼ିଶା): ଶ୍ରୀଜଗନ୍ନାଥ
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ମହାବିଦ୍ୟାଳୟ ପରିସରରେ ବିଶ୍ଵ କର୍କଟ ଦିବସ ଉପଲକ୍ଷେ ସଂଖ୍ୟାଧିକ ଛାତ୍ର ଛାତ୍ରୀଙ୍କୁ ନେଇ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଡାକ୍ତର ପ୍ରିତିପର୍ଣ୍ଣା ଛୋଟରାୟ ଓ ମୁଖ୍ୟ ବକ୍ତା ଅଧ୍ୟାପକ ଶ୍ରୀଯୁକ୍ତ ପ୍ରତାପ କିଶୋର ଛୋଟରାୟ ଯୋଗଦେଇ କର୍କଟ ରୋଗର ବିଭିନ୍ନ ପ୍ରକାର, ରୋଗ ବିଷୟରେ ପ୍ରଚଳିତ ବିଭିନ୍ନ ମିଥ ଏବଂ ଏହି ମହାମାରୀ ରୋଗର ବିଭିନ୍ନ କାରଣ ସମ୍ପର୍କରେ ମନ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯକ୍ରମ ଅଧିକାରିଣୀ ଅନୁପମା ଚମ୍ପତିରାୟ କର୍କଟ ରୋଗ ନିରାକରଣରେ ଯୁବ ଗୋଷ୍ଠିଙ୍କ ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ । ଶିକ୍ଷା ବିଭାଗର ଅଧ୍ୟାପିକା ଡଃ. ସଂଯୁକ୍ତା ପଟ୍ଟନାୟକ ଏହି ରୋଗର ସଚେତନତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟ ଅଧ୍ୟାପକମାନଙ୍କ ମଧ୍ୟରେ ଅଧ୍ୟାପିକା ଶ୍ରୀମତି ସଚଳା ସାମନ୍ତରାୟ , ଅଧ୍ୟାପିକା ସୁଜ୍ଞାନୀ ଭଞ୍ଜସାମନ୍ତ ,ଅଧ୍ୟାପିକା ଅନିତା ଦାସ, ଅଧ୍ୟାପିକା ସ୍ଵଂୟପ୍ରଭା ମାନ୍ଧାତା, ଅଧ୍ୟାପିକା ଯଶସ୍ଵିନି ସାହୁ, ଅଧ୍ୟାପକ ବଳରାମ ପଶାୟତ,ସତ୍ୟସୁନ୍ଦର ମହାପାତ୍ର ପ୍ରଭୁତି ଯୋଗଦେଇ ବିଶ୍ଵ କର୍କଟ ଦିବସକୁ ଏକ ସଚେତନତା ଦିବସ ବୋଲି ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଜାତୀୟ ସେବା ଯୋଜନାର କାର୍ଯକ୍ରମ ଅଧିକାରୀ ଡଃ. ସୁମନ୍ତ ଦେହେରୀ ।

