କମାଗୁରୁ ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ତ୍ରୟୋବିଂଶତମ ବାର୍ଷିକ ଉତ୍ସବ

ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ସମସ୍ତେ ଗୁରୁତ୍ବ ଦେବାର ଆବଶ୍ୟକତା
ଖୋର୍ଦ୍ଧା,୨/୨(ସମ୍ବାଦ ଓଡ଼ିଶା): କଠିନ ପରିଶ୍ରମ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ। ସମାଜରେ ଜଣେ ଭଲ ମଣିଷ , ସୁ ନାଗରିକ ହେବାର ଆବଶ୍ୟକତା ରହିଛି। ପ୍ରାଥମିକ ଶିକ୍ଷା ହିଁ ଭବିଷ୍ୟତ ଗଢିବାରେ ସହାୟତା କରେ। ଏହି ମଣିଷ ଗଢା କାରଖାନାରେ ଅଧ୍ୟୟନରତ କୁନି ଛାତ୍ରଛାତ୍ରୀଙ୍କୁ ଗୁରୁଜୀ ଗୁରୁମା ଯେଉଁ ରୂପ ଦେବାକୁ ଚେଷ୍ଟା କରିବେ ତାହା ହିଁ ତାର ଜୀବନରେ ପ୍ରତିଫଳିତ ହେବ। କୁନି ପିଲମାନଙ୍କ ଅନ୍ତର୍ନିହିତ ଗୁଣର ପ୍ରଦର୍ଶନ ପାଇଁ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ମାଧ୍ୟମ ବୋଲି ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ତ୍ରୟୋବିଂଶତମ ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥମାନେ ମତବ୍ୟକ୍ତ କରିଥିଲେ।ସ୍କୁଲ ପରିଚାଳନା ମଣ୍ଡଳୀ ସଭାପତି ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଡ ସଞ୍ଜୟ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବିଚାରପତି ନାରାୟଣ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଗୋଦାବରୀଶ ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସ୍କୁଲ ଅଧ୍ୟକ୍ଷା ବିଳାସିନୀ ମଙ୍ଗରାଜ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଅଂଶୁମାନ ତ୍ରିପାଠୀ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ପ୍ରସନ୍ନ କୁମାର ବରାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗୀତିନାଟ୍ୟ ନିମେଇଁ ଚରଣ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ” ଶ୍ରୀକ୍ଷେତ୍ରେ କାନ୍ଦୁଛି କାଳିଆ” ପରିବେଷଣ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ କ୍ଷୀରୋଦ ଚନ୍ଦ୍ର ପାଇକରାୟ ପରିଚାଳନା କରିଥିବାବେଳେ ଶିକ୍ଷକ ଗଣେଶ ଚନ୍ଦ୍ର ପ୍ରଧାନ, ବିକାଶ ପାତ୍ର, ଆକାଶ ସାହୁ, ମିଳନ ସୁବୁଦ୍ଧି, ପ୍ରିତମ ପଟ୍ଟନାୟକ, ପୁରୁଷୋତ୍ତମ ସାମନ୍ତରାୟ, ଶିକ୍ଷୟତ୍ରୀ ଗୀତାଞ୍ଜଳୀ ସେନାପତି, ରଞ୍ଜିତାବାଳା ପରିଡ଼ା,ସୁମିତ୍ରା ବିଶ୍ବାଳ, ସୁଚିତ୍ରାବାଳା ବାରିକ, କଲ୍ୟାଣୀ ମହାନ୍ତି, ଛବି ଚଂପତି ଓ ରୁବି ଚମ୍ପତି ପ୍ରମୁଖ ସହଯୋଗ କରିଥିଲେ।ବହୁ ସଂଖ୍ୟାରେ ଅଭିଭାବକ, ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

