ଦାନବୀର କ୍ଷେତ୍ରବାସୀ ରାଉତରାୟ ଙ୍କ ୧୩୧ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ।
ନିରାକାରପୁର,୨/୨( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ମାଇନର ସ୍କୁଲ, ହାଇସ୍କୁଲ ଏବଂ ମହାବିଦ୍ୟାଳୟର ପ୍ରତିଷ୍ଠାତା ଦାନବୀର କ୍ଷେତ୍ରବାସୀ ରାଉତରାୟ ଙ୍କ ୧୩୧ ତମ ଜୟନ୍ତୀ ତାଙ୍କ ସମାଧି ପୀଠରେ କ୍ଷେତ୍ରବାସୀ ରାଉତରାୟ ସ୍ମୃତି ସଂସଦ ଏବଂ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଇସ୍ୱାର୍ଡ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଅଞ୍ଚଳର ଜନ ସାଧାରଣ, ସାମ୍ବାଦିକ ବନ୍ଧୁ ମାନେ,ମହାବିଦ୍ୟାଳୟର ଅଧ୍ୟକ୍ଷ,ଅଧ୍ୟାପକ,ଅଧ୍ୟାପିକା , କର୍ମଚାରୀ, ଏନସିସି, ଏନ ଏସ ଏସ , ରେଡକ୍ରସ ର ଛାତ୍ର ଛାତ୍ରୀ ଗଣ ଏବଂ ହାଇସ୍କୁଲ ର ଶିକ୍ଷକ, ଛାତ୍ର ଓ ଛାତ୍ରୀ ମାନେ ସମାଧି ପୀଠ ଓ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ନିକଟସ୍ଥ ଶ୍ରୀ ଦେବୌ ଶୁକ୍ଳ ୟଜୁର୍ବେଦ କାଣ୍ଣ୍ ବେଦ ପାଠଶାଳା ତରଫରୁ ବେଦପାଠ, ବିରତୋଇ ଗ୍ରାମର ଗତିଶ୍ୱର ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ସଂକୀର୍ତ୍ତନ ଏବଂ ସ୍ଥାନୀୟ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଉପଶାଖା ର ଭାଈ ଭଉଣୀ ମାନେ ରାଜ ଯୋଗ କରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ ମଧ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା। କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଧୀରେନ୍ଦ୍ର କୁମାର ରାଉତରାୟ,ଶ୍ରୀ ରାମଦୟା ପରିଷଦର ସଂପାଦକ ଶ୍ରୀ ଯୁକ୍ତ ଗଙ୍ଗାଧର ତ୍ରିପାଠୀ, ପ୍ରାକ୍ତନ ଶିକ୍ଷକ ଶ୍ରୀ ଯୁକ୍ତ କମଳ ଲୋଚନ ପ୍ରଧାନ, ସମାଜସେବୀ ଶ୍ରୀ ପ୍ରସାଦ ଦାସ, ଶିଖ୍ୟାବିତ୍ ଶଙ୍କର୍ଷଣ ପ୍ରଧାନ, ସତ୍ୟବାଦୀ ବଳବନ୍ତରାୟ, ଅପର୍ତି ଜେନା ଆଦି ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରି ଥିଲେ। କ୍ଷେତ୍ରବାସୀ ରାଉତରାୟ ହେଉଛନ୍ତି ଏ ଅଞ୍ଚଳର ଆଲୋକର ପଥ ପ୍ରଦର୍ଶକ ବୋଲି ମତ ପୋଷଣ କରିଥିଲେ । ନିଜ ସଞ୍ଚିତ ଧନର ସଦ୍ ବ୍ୟବହାର କରି ଏକ ପଲ୍ଲୀରେ ଶିକ୍ଷାର ବିକାଶ କରିଥିବାରୁ ଏ ଅଞ୍ଚଳ ଉଜ୍ଜ୍ୱଳ ହେବା ସହିତ ଆର୍ଥିକ କ୍ଷେତ୍ରରେ ବିଶେଷ ଉନ୍ନତ ହୋଇ ପାରିଛି ବୋଲି ଆବାହକ ଶ୍ରୀ ମୃତ୍ୟୁଞ୍ଜୟ ପ୍ରଧାନ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁକେସ କୁମାର ସେନାପତି, ଶ୍ରୀ ଆଲୋକ ରଂଜନ ଛୋଟରାୟ, ଶ୍ରୀ ଅଭୟ ପାଇକରାୟ, ଶ୍ରୀ ପ୍ରଦୀପ୍ତ କୁମାର ଦାଶ, ଶ୍ରୀ ରତ୍ନାକର ସୁନ୍ଦରାୟ, ଶ୍ରୀ ସୁରେଶ କୁମାର ବେହେରା, ଶ୍ରୀ ସୁଶାନ୍ତ କୁମାର ନାୟକ, ଶ୍ରୀ କେଦାର ସାହୁ, ଶ୍ରୀ ଦିଲୀପ କୁମାର ପ୍ରଧାନ, ଶ୍ରୀ ମାନସ କୁମାର ସେନାପତି, ଏବଂ ଶ୍ରୀ ପଦିଆ କାଣ୍ଡି,ଆଦି ସମ୍ପୁର୍ଣ୍ଣ ସହଯୋଗ କରି ସଫଳ କରିଥିଲେ। ଶେଷରେ ୫୦ ଜଣ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।ଏହି ମହତ୍ କାର୍ଯ୍ୟରେ ଅଞ୍ଚଳବାସୀ ସାମିଲ ହୋଇ କ୍ଷେତ୍ରବାସୀ ରାଉତରାୟ ସ୍ମ୍ତତି ସଂସଦ ଏବଂ ଇସ୍ୱାର୍ଡ଼ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ
।

