Sambad Odisha

ରାଜ୍ୟ ଶିକ୍ଷା

କମାଗୁରୁ କଲେଜ ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଜଗନ୍ନାଥ ଦାସଙ୍କ ୩୫ ତମ ବକ୍ତୃତାମାଳା 

କମାଗୁରୁ କଲେଜ ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଜଗନ୍ନାଥ ଦାସଙ୍କ ୩୫ ତମ ବକ୍ତୃତାମାଳା

ପ୍ରକୃତିବନ୍ଧୁ,ଶିକ୍ଷା ସଂଗଠକ ଜଗନ୍ନାଥ ଦାସ ଥିଲେ ପରୋପକାରୀ

ନିରାକାରପୁର, ୨୯/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା କମାଗୁରୁ ରାମଚନ୍ଦ୍ର କଳ୍ପନା କଲେଜ ପରିସରରେ କମାଗୁରୁ କଲେଜ ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଜଗନ୍ନାଥ ଦାସଙ୍କ ୩୫ ତମ ବକ୍ତୃତାମାଳା କାର୍ଯ୍ୟକ୍ରମ ଅଧକ୍ଷ ଡ ସୁଧାଂଶୁ ଶେଖର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବୈଜ୍ଞାନିକ ବ୍ରଜବନ୍ଧୁ କର, ମୁଖ୍ୟବକ୍ତା ଜ୍ଞାନେନ୍ଦ୍ର ମହାପାତ୍ର ସମ୍ମାନୀତ ଅତିଥି ଭାବେ ସମାଜସେବୀ ଗୋଦାବରୀ ସାହୁ ଓ ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ, ପ୍ରମୁଖ ଉପସ୍ଥିତ ରହି ପ୍ରକୃତିବନ୍ଧୁ,ଶିକ୍ଷା ସଂଗଠକ ଜଗନ୍ନାଥ ଦାସ ଥିଲେ ପରୋପକାରୀ ଓ ଅଞ୍ଚଳର ଉନ୍ନତି କ୍ଷେତ୍ରରେ ବିନ୍ଧାଣି ସାଜିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର ଓ ଶେଷରେ ଅଧ୍ୟାପିକା ସସ୍ମିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ , ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ବର୍ଗତ ଜଗନ୍ନାଥ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *