Sambad Odisha

ରାଜ୍ୟ ଶିକ୍ଷା

ଟାଙ୍କୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଚତୁର୍ଦ୍ଦଶତମ ସାମ୍ବତ୍ସରିକ ଉତ୍ସବ 

ଟାଙ୍କୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଚତୁର୍ଦ୍ଦଶତମ ସାମ୍ବତ୍ସରିକ ଉତ୍ସବ

ନିରାକାରପୁର,୨୭/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍କୋଳ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ର ଚତୁର୍ଦ୍ଦଶତମ ସାମ୍ବତ୍ସରିକ ଉତ୍ସବ ୨୦୨୬ ପାଳନ ହୋଇ ଯାଇଛି ।ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗନ୍ଧର୍ବସେନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସମାଜସେବୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ , ମୁଖ୍ୟବକ୍ତା ଡ. ଭୋବନି ସାହୁ, ସମ୍ମାନିତ ଅତିଥ୍‌ ପ୍ରଶାନ୍ତ କୁମାର ମହାପାତ୍ର, ବିଷ୍ଣୁଚରଣ ସାହୁ, ଦୁଃଶାସନ ବଳବନ୍ତରାୟ ମଞ୍ଚମଣ୍ଡନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ବିଷ୍ଣୁପ୍ରିୟା ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ ସହିତ ୨୦୨୬/୨୭ ପାଇଁ ନାମଲେଖା ସମ୍ପୂର୍ଣ ମାଗଣା ଘୋଷଣା କରିଥିଲେ । ସ୍ବତନ୍ତ୍ର ଅତିଥି ଗୌତମ ମହାରଣା (ପିତାମାତା ସେବାଶ୍ରମ, ରାଣୀପୁର), ଭବାନୀ ଶଙ୍କର ସୁରଜିତ, ରେନ କୁମାର ଛୋଟରାୟ, ପ୍ରଭାତ କୁମାର ମଲ୍ଲିକ, ଏବଂ ସଂଗ୍ରାମ କେଶରୀ ମହାରଣାଙ୍କ ହସ୍ତରେ ୮୦ ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରଯାଇଥିଲା ।ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ଭୁଜବଳ (ଶିକ୍ଷାବିତ) ଏବଂ ବିଶ୍ବରଞ୍ଜନ ସାହୁ (ପୁରାତନ ଛାତ୍ର) ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଅତିଥ୍‌ ମଣ୍ଡଳୀ ଘୋଷଦଳ ସହିତ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଗତିଶ୍ବର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆରାଧା ଠାକୁରାଣୀ କନକଦୂର୍ଗାଙ୍କ ଠାରୁ ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀଗୁରୁମା ଜ୍ୟୋତି ଆଣି ଗ୍ରାମ ମଧ୍ୟଦେଇ ମଞ୍ଚରେ ଜ୍ୟୋତିସ୍ଥାପନ କରାଇଥିଲେ । ସମସ୍ତ ଶିଶୁମାନଙ୍କର ପ୍ରାୟତଃ ୩୫ ଟି ନୃତ୍ୟଗୀତ ପରେ ବିଦ୍ୟାଳୟ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗନ୍ଧର୍ବସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କୁନି କୁନି ଛାତ୍ରଛାତ୍ରୀ ମାନଙ୍କର ନୃତ୍ୟ ବେଶ୍ ମନମୁଗ୍ଧକର ହୋଇଥିଲା । ସମସ୍ତ ଅଭିଭାବକ ଓ ଦର୍ଶକମଣ୍ଡଳୀ ଖୁସିବ୍ୟକ୍ତ କରିଥିଲେ ଏଥିସହିତ ଶେଷରେ ସମ୍ମାନୀତ ଅତିଗଣ, ଗୁରୁଜୀଗୁରୁମା ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା “ବନ୍ଦେ ମାତରମ୍” ଗାନ ପରେ ସଭା ପରିସମାପ୍ତି କରାଯାଇଥିଲା ।

admin

admin

About Author

Leave a comment

Your email address will not be published. Required fields are marked *