ସମବାୟ ଆନ୍ଦୋଳନର ପୁରୋଧା ଜନନେତା ଉଦୟ ନାଥ ଆଚାର୍ଯ୍ୟଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ
ନୂତନ ରାଷ୍ଟ୍ର ନିର୍ମାଣରେ ଆଧ୍ୟାତ୍ମିକ ଚେତନାର ଭୂମିକା ଶୀର୍ଷକ ସ୍ମାରକୀ ବକ୍ତୃତାମାଳା ଓ ଉଦୟ ନାଥ ଆଚାର୍ଯ୍ୟ ସ୍ମୃତି ସମ୍ମାନ ପ୍ରଦାନ
ନିରାକାରପୁର,୨୭/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗଣେଶ ପଡିଆଠାରେ “ନୂତନ ରାଷ୍ଟ୍ର ନିର୍ମାଣରେ ଆଧ୍ୟାତ୍ମିକ ଚେତନାର ଭୂମିକା” ଶୀର୍ଷକ ସ୍ମାରକୀ ବକ୍ତୃତାମାଳା ଓ ଉଦୟ ନାଥ ଆଚାର୍ଯ୍ୟ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଯାଇଅଛି । ଜଣାଶୁଣା ସମବାୟ ଆନ୍ଦୋଳନର ପୁରୋଧା ତଥା ଜନନେତା ଉଦୟ ନାଥ ଆଚାର୍ଯ୍ୟଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ , ବିଶିଷ୍ଟ ଅତିଥି ପ୍ରଫେସର ଶ୍ରୀଯୁକ୍ତ ଡ. ହରେକୃଷ୍ଣ ଶତପଥୀ ସ୍ମାରକୀ ବକ୍ତୃତାରେ ନୂତନ ରାଷ୍ଟ୍ର ନିର୍ମାଣରେ ଆଧ୍ୟାତ୍ମିକ ଚେତନାର ଭୂମିକାରେ କିଭଳି ପ୍ରାସଙ୍ଗିକତା ରହିଛି, ସେ ବିଷୟରେ ଆଲୋଚନା କରିଥିଲେ ।ଏହି ସମାରୋହରେ ବିଶିଷ୍ଟ ଖ୍ୟାତନାମା ଶିକ୍ଷାବିତ୍ , ରାଜନେତା ଓ ଚିନ୍ତାନାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ରଙ୍କୁ ଉଦୟନାଥ ଆଚାର୍ଯ୍ୟ ସ୍ମୃତି ସମ୍ମାନ ପ୍ରଦାନ ଓ ଡ଼. ଗିରିଧର ଗମାଙ୍ଗ ଙ୍କୁ ଯଶସ୍ୱୀ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା । ଉଦୟ ନାଥ ଆଚାର୍ଯ୍ୟ ସ୍ମୃତି ସଂସଦର ସଭାପତି ଡ.ମୃତ୍ୟୁଞ୍ଜୟ ରଥ ସଭାପତିତ୍ବ କରିଥିବା ବେଳେ ସଂପାଦକ ବିଜୟ ପାଲଟାସିଂହ ସଂପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ ।ଉକ୍ତ ସମାରୋହରେ ବହୁସଂଖ୍ୟାରେ ସ୍ଥାନୀୟ ବୁଦ୍ଧିଜୀବି , କ୍ଷେତ୍ରବାସୀ ମହାବିଦ୍ୟାଳୟର ଅଧ୍ୟାପକଗଣ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅନେକ ଶିକ୍ଷାବିତ୍ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଚିନ୍ତାମଣି ଦାଶ ଯୋଗ ଦେଇଥିଲେ ।ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହ ପରିଚାଳନାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଆର୍ଯ୍ୟବିହାରର ଗୁରୁଜୀ ଗୁରୁମା ପ୍ରମୁଖ ଦାୟିତ୍ଵ ସଂପାଦନ କରିଥିଲେ ।ଉକ୍ତ ଉତ୍ସବରେ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଆଚାର୍ଯ୍ୟ , ରାମଦୟା ପରିଷଦ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ, ଅଧ୍ୟାପକ ପ୍ରାଣେଶ୍ଵର ଜୟସିଂହ , କମଳ ଲୋଚନ ପ୍ରଧାନ , କାଶୀନାଥ ପାଣିଗ୍ରାହୀ ଓ ଅପର୍ତ୍ତି ଜେନା , ଅମର କୁମାର ଜୟସିଂହ ,ପବିତ୍ର କୁମାର ରାଉତରାୟ,ଵିନୋଦ ବିହାରୀ ସେଠୀ,ବିଜୟ କୁମାର ଜୟସିଂହ,ବିଜୟ କୁମାର ମଙ୍ଗରାଜ ଓ ମୃତ୍ୟୁଞ୍ଜୟ ସାହୁ, ପ୍ରମୁଖ ସହଯୋଗ କରିଥିଲେ
।

