Sambad Odisha

ରାଜ୍ୟ ସ୍ପେଶାଲ

ସବୁଠି ଉଡ଼ିଲା ତ୍ରିରଙ୍ଗା: ଭାରତ ମାତା କି ଜୟ ଧ୍ଵନୀରେ ପ୍ରକମ୍ପିତ ଚତୁର୍ଦ୍ଦିଗ

ସବୁଠି ଉଡ଼ିଲା ତ୍ରିରଙ୍ଗା: ଭାରତ ମାତା କି ଜୟ ଧ୍ଵନୀରେ ପ୍ରକମ୍ପିତ ଚତୁର୍ଦ୍ଦିଗ

ନିରାକାରପୁର, ୨୭/୧: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖାପାଖି ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇଯାଇଛି। କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧକ୍ଷ ଡ ସୁଧାଂଶୁ ଶେଖର ମହାନ୍ତି ଆୟୋଜିତ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସ ଉପରେ ଆଲୋକପାତ କରିବା ସହିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଶତପଥୀ, ଗୋଦାବରୀ ସାହୁ, ବିଜୟ ମହାପାତ୍ର, ନିତ୍ୟାନନ୍ଦ ମଙ୍ଗରାଜ,ମନୋରଞ୍ଜନ ମହାନ୍ତି, ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେହିପରି ସ୍ଥାନୀୟ ଆର୍ଯ୍ୟ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ। ନଳୀନ ରଥଙ୍କ ସଭାପତିତ୍ବରେ ସମ୍ପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ନଗର ପରିକ୍ରମା କରିବା ସହିତ ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ। ନଳିନୀ ରଥ ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ରେଳ ଷ୍ଟେସନ ନିକଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗଣତନ୍ତ୍ର ଦିବସ ପାଳନ ଉତ୍ସବରେ ଅତିଥି ଭାବେ ବିଦ୍ୟାଳୟର ସଭାପତି ସୁରେନ୍ଦ୍ର କୁମାର ସାହୁ ପତାକା ଉତ୍ତୋଳନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଅଜୟ କୁମାର ପାଇକରାୟ, ନବକୃଷ୍ଣ ମହାପାତ୍ର, ମନ୍ମଥ ରଞ୍ଜନ ବେହେରା, ଚିତ୍ତରଞ୍ଜନ ତ୍ରିପାଠୀ ଓ ପ୍ରସାଦ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ। ଅନୁସୟା ମିଶ୍ର ପରିଚାଳନା କରିଥିଲେ। ଆଇଏନଏମଟି ଇଞ୍ଜିନିୟର କଲେଜରେ  ନିର୍ଦ୍ଦେଶକ ଅମ୍ବିକା ପଟ୍ଟନାୟକ ପତାକଉତ୍ତୋଲାନ କରିଥିଲେ।ନେତାଜୀ ପବ୍ଲିକ ସ୍କୁଲ ଅଧକ୍ଷ୍ୟା ସୁଜାତା ଦାସ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇ ନଗର ପରିକ୍ରମା କରାଯାଇଥିଲା। ନିରାକାରପୁର ଥାନାରେ ଆଇଆଇସି ବିଶ୍ୱଜିତ୍ ରାଉତରାୟ , ଜଂକିଆ ଥାନାରେ ଆଇଆଇସି ସୁଶାନ୍ତ କୁମାର ବେହେରା ପତାକା ଉତ୍ତୋଳନ କରିଥିଲେ। ବରିଷ୍ଠ ନାଗରିକ ସଙ୍ଘ୍ ତରଫରୁ ସଭାପତି ପ୍ରସନ୍ନ କୁମାର ନନ୍ଦ ପତାକାଉତ୍ତୋଲାନ କରିଥିବାବେଳେ ସମ୍ପାଦକ ଦୀନବନ୍ଧୁ କର, ରାମକୃଷ୍ଣ ପଟ୍ଟନାୟକ, ସତ୍ୟବାଦୀ ବଳବନ୍ତରାୟ, ଲକ୍ଷ୍ମୀଧର ସାମନ୍ତରାୟ, ସର୍ବେଶ୍ଵର ପାହାଡସିଂହ ପ୍ରମୁଖ ଉପସ୍ଥିତ ଥିଲେ ।ରାମେଶ୍ବର ଟ୍ରୁ ଲାଇଫ କେନ୍ଦ୍ରରେ ଅତିଥି ଭାବେ ନିରାକାରପୁର ଥାନା ଏସ ଆଇ ଦିପାଲିଶା ନାୟକ ପତାକା ଉତ୍ତୋଳନ କରିଥିଲେ। ଏମ ଡି ସୌମ୍ୟଶ୍ରୀ ପ୍ରିୟଦର୍ଶୀ କର, ସୌମ୍ୟକାନ୍ତ ମହାପାତ୍ର, ପାର୍ଥି ସାରଥୀ ମିଶ୍ର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତି ଥିଲେ। ସହଯୋଗ ଅନୁଷ୍ଠାନ ରେ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ , ଚାଣକ୍ୟ କୋଚିଙ୍ଗ ସେଣ୍ଟର୍ ରେ ଅଧ୍ୟାପକ ଶ୍ୟାମ ସୁନ୍ଦର ପଟ୍ଟନାୟକ ପତାକା ଉତ୍ତୋଳନ,‌ ନିରାକାରପୁର ବଣିକ ସଂଘ ସଭାପତି ଆର୍ତ୍ତତ୍ରାଣ ରାଉତରାୟ ଓ ବଦପୋଖରିଆ ସମବାୟ ସମିତିରେ ବିଜେପି ବରିଷ୍ଠ କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ ପତାକା ଉତ୍ତୋଳନ  କରିଥିବାବେଳେ ବଡ଼ପୋଖରିଆ ପଞ୍ଚାୟତ, ରାମେଶ୍ବର, ଲେଣ୍ଡୁ , ନୂଆଗଡ, କମାଗୁରୁ , ଛଣଗିରି, ଅଚ୍ୟୁତପୁର ଗ୍ରାମପଞ୍ଚାୟତର ସରପଂଚ ମାନେ ପତାକା ଉତ୍ତୋଳନ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *