Sambad Odisha

ରାଜ୍ୟ

କଳିଙ୍ଗ ଭେଟରାନ ଆସୋସିଏସନର ୭୭ତମ ଗଣତନ୍ତ୍ର ଦିବସ ପାଳନ

କଳିଙ୍ଗ ଭେଟରାନ ଆସୋସିଏସନର ୭୭ତମ ଗଣତନ୍ତ୍ର ଦିବସ ପାଳନ

ନିରାକାରପୁର,୨୭/୧( ସମ୍ବାଦ ଓଡ଼ିଶା )ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଠାରେ ଥିବା କଳିଙ୍ଗ ଭେଟରାନ ଆସୋସିଏସନର ସଦସ୍ୟମାନେ ସାମୁହିକ ଭାବେ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ୭୭ତମ ଗଣତନ୍ତ୍ର ଦିବସ ପାଳନ କରିଥିଲେ । ବରିଷ୍ଠ ସଦସ୍ୟ ଭେଟେରାନ ଅଶୋକ କୁମାର ବାହୁବଳେନ୍ଦ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ବିଧାନର ମୂଲ୍ୟବୋଧ, ଗଣତନ୍ତ୍ର ଦିବସର ମହତ୍ଵ, ଜଵାନ ମାନଙ୍କ ଦେଶପ୍ରେମ ଏବଂ ବଳିଦାନ ଉପରେ ଆଲୋକପାତ କରିଥିଲେ । ସମାଜ ପାଇଁ କଲ୍ୟାଣକାରୀ କାର୍ଯ୍ୟ କରି ଓ ଏକ ସୁସ୍ଥ ସମାଜ ଗଠନରେ ଭେଟରାନ ମାନଙ୍କ ଭୂମିକା ଉପରେ ଗୁରୁତ୍ଵ ଦେଇ ଏକାଠି ମିଶି କାର୍ଯ୍ୟ କରିବା ପାଇଁ ସଂଘର ସଭାପତି ଭେଟରାନ ବିଜୟ କୁମାର ବଳିଆରସିଂହ ଭେଟରାନମାନଙ୍କୁ ଆହ୍ବାନ କରିଥିଲେ।

 

admin

admin

About Author

Leave a comment

Your email address will not be published. Required fields are marked *