Sambad Odisha

ରାଜ୍ୟ ସ୍ପେଶାଲ

ବନ ବିଭାଗ ଦ୍ଵାରା ଆମ “ବଣଭୋଜି ସ୍ଥଳ କରିବା ଆମେ ନିର୍ମଳ” କାର୍ଯ୍ୟକ୍ରମ ଅନୁଷ୍ଠିତ 

ବନ ବିଭାଗ ଦ୍ଵାରା ଆମ “ବଣଭୋଜି ସ୍ଥଳ କରିବା ଆମେ ନିର୍ମଳ” କାର୍ଯ୍ୟକ୍ରମ ଅନୁଷ୍ଠିତ

ନିରାକାରପୁର,୨୦/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ଭୂଷଣ୍ଡପୁର ସେକସନ୍ ଫରେଷ୍ଟର ଦୁଃଶାସନ ନାୟକଙ୍କ ପୌରହିତ୍ୟରେ ମୁଲିଝରଗଡ ସ୍ଥିତ ପ୍ରସିଦ୍ଧ ମା ଉଗ୍ରତାରାଙ୍କ ବଣଭୋଜି ସ୍ଥଳକୁ ସଫେଇ କରାଯିବ ସହିତ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ପ୍ଲାଷ୍ଟିକ ବ୍ୟବହାର କିପରି ଆମ ପରିବେଶ ନଷ୍ଟ କରୁଛି ସେ ସଂପର୍କରେ ଯୋଗଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସିଏଫ୍ ତଥା ଟାଙ୍ଗୀ ଭାରପ୍ରାପ୍ତ ରେଞ୍ଜର ଦେବାଶିଷ ଭୋଇ ,ସାନରାଉତପଡା ସରପଞ୍ଚ କିଶୋର କୁମାର ବେହେରା , ନୂଆଗଡ ସରପଞ୍ଚ ରଘୁନାଥ ମାଝୀ , ଫରେଷ୍ଟର ପ୍ରଶାନ୍ତ ପ୍ରଧାନ , ଫରେଷ୍ଟର ସନାତନ ଖିଲାର , ଫରେଷ୍ଟ ଗାର୍ଡ ସୁବ୍ରତ ହୋତା , ରବି ନାରାୟଣ ଲେଙ୍କା , କମଳାକାନ୍ତ ବେହେରା ଓ ବିଶ୍ୱରଂଜନ ମୁର୍ମୁ ପ୍ରମୁଖ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *