ପାଦୁକାଇ ମନ୍ଦିର ହୁଣ୍ଡି ଭଙ୍ଗା ଘଟଣା: ଦୁଇ ଚୋର ଗିରଫ, ଦାନ ଅର୍ଥ ଉଦ୍ଧାର
ନିରାକାରପୁର,୨୦/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ମା ପାଦୁକାଇ ଠାକୁରାଣୀଙ୍କ ହୁଣ୍ଡି ଗତ ୧୮ ତାରିଖ ରାତିରେ ଭାଙ୍ଗି ଦାନ ଅର୍ଥ କିଛି ଦୁବୃର୍ତ୍ତ ଚୋରି କରି ନେଇଥିବା ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ଆଜି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ୧୭୦୦ ଟଙ୍କା ଉଦ୍ଧାର କରିଛି। ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟଙ୍କ ନେତୃତ୍ୱରେ ଏସ ଆଇ ଦିପାଳିଶା ନାୟକ ଗତକାଲି ତଦନ୍ତ କରି ଚୋରି କରିଥିବା ପଦ୍ମପୁର ଗ୍ରାମର ଲକ୍ଷ୍ମୀନାରାୟଣ ତ୍ରିପାଠୀ ଓରଫ ଲିପୁନ ଓ ଖଜୁରୀପଡ଼ା ଗ୍ରାମର ଅର୍ବାଜ ଶାହା ଓରଫ ଅଶୁନୁ କୁ ଗିରଫ କରି କେସ ନଂ ରେ ୧୯/୨୬ ରେ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତାଙ୍କ ଠାରୁ ଉଦ୍ଧାର ୧୭୦୦ ଟଙ୍କା କମିଟି ସଦସ୍ୟଙ୍କୁ ଫେରସ୍ତ କରାଯାଇଛି।

