କଂପୁର ସେବା ସବାୟ ସମିତି ରେ ଧାନ ମଣ୍ଡି ଉଦଘାଟିତ: ଉଠିଲା ୮ ଚାଷୀଙ୍କ ୧୬୪.୯୮ କ୍ଵିଣ୍ଟାଲ ଧାନ
![]()
ଖୋର୍ଦ୍ଧା,୧୬/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା କଂପୁର ସେବା ସବାୟ ସମିତି ରେ ସମିତି ର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ,ସରପଞ୍ଚ ଶ୍ରୀମତୀ ସୋନାଲି ଶ୍ରୀଚନ୍ଦନ ,ସମିତି ର ପୂର୍ବ ତନ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ହରିଚନ୍ଦନ ଓ ବରିଷ୍ଠ ଚାଷୀ ମାନଙ୍କ ଉପସ୍ଥିତି ରେ ଚଳିତ ୨୦୨୫-୨୬ ଖରିଫ ଧାନ ମଣ୍ଡି ର ଶୁଭ ଉଦଘାଟନ ହୋଇଯାଇଛି। ଏହି ଶୁଭ ମୁହୂର୍ତ୍ତ ରେ ଅନ୍ୟ ମାନଙ୍କ ମଧ୍ୟରେ ସମିତି ର ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାତ କୁମାର ପ୍ରହରାଜ , ଧାନ କ୍ରୟ କର୍ମଚାରୀ ଶ୍ରୀଯୁକ୍ତ ଦୀନବନ୍ଧୁ ବରାଳ , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ବାରିକ , ଡିଇଓ ଶ୍ରୀ ସଞ୍ଜୟ କୁମାର ଦାଶ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ କାଳୁ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିଃ ସଦର ଶାଖା ର କର୍ମଚାରୀ ଶ୍ରୀଯୁକ୍ତ ଲଳିତ ମୋହନ କର ମଧ୍ୟ ଉପସ୍ଥିତରେ ଆଜି ପ୍ରଥମ ଦିନ ରେ ୮ ଜଣ ଚାଷୀ ଙ୍କ ଠାରୁ ୩୭୬ ବସ୍ତା ୧୬୪.୯୮ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଛି।


