ଶ୍ରୀ ଜଗନ୍ନାଥଙ୍କ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 
ଖୋର୍ଦ୍ଧା,୧୮/୧୨( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା କାଇପଦର ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ “ବାର୍ଷିକ କ୍ରୀଡା ଉତ୍ସବ” ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ରାୟସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବସମାଜର ଏକାଗ୍ରତାରେ କ୍ରୀଡ଼ାର ଗୁରୁତ୍ଵ ରହିଛି ବୋଲି ବକ୍ତବ୍ୟ ରଖିଥିଲେ । ଏହି ତ୍ରିଦିବସୀୟ କ୍ରୀଡା ଉତ୍ସଵର ପ୍ରଥମ ଦିନରେ କାଇପଦର୍ ମା ମଙ୍ଗଳା ମନ୍ଦିରଠାରୁ ମଶାଲ ଯାତ୍ରାର ଶୁଭାରମ୍ଭ ହୋଇ ସର୍ବା ଧର୍ମ ମନ୍ମମୟର ପୀଠ ସତ୍ୟପୀର ମନ୍ଦିର, ତାରିଣୀ ମନ୍ଦିର ଦେଇ ମହାବିଦ୍ୟାଳୟର ଖେଳ ପଡ଼ିଆରେ ପହଞ୍ଚି ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଅଛି ।ଉଦ୍ଘାଟନୀ ଦିବସରେ ୧୦୦ ମିଟର ଦୌଡ, ୪୦୦ମିଟର ଦୌଡ, ସଟଫୁଟ୍, ଲମ୍ଜମ ଇତ୍ୟାଦି କ୍ରୀଡା ପ୍ରତିଯୋଗିତା ଶେଷ ହୋଇଥିଲା। ତ୍ରିଦିବସୀୟ କ୍ରୀଡା ଦିବସକୁ ପରିଚାଳନା କରିବା ପାଇଁ ମହାବିଦ୍ୟାଳୟର ପ୍ରାକ୍ତନ ଖେଳ ଶିକ୍ଷକ ଶ୍ରୀଯୁକ୍ତ ଦିଗମ୍ବର ବଳିଆର ସିଂହ ସହ ସ୍ଥାନୀୟ ବିଦ୍ୟାଳୟର ଖେଳ ଶିକ୍ଷକ କରିଥିଲେ । ଏହି ପ୍ରତିଯୋଗିତାକୁ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରତାପ କିଶୋର ଛୋଟରାୟ, ଅଧ୍ୟାପକ ଡକ୍ଟର ଜନ୍ମେଜୟ ଚୌଧୁରୀ, ଅଧ୍ୟାପକ ଭୁବନେଶ୍ୱର ନାୟକ, ଅଧ୍ୟାପିକା ଅନୁପମା ଚମ୍ପତିରାୟ, ଅଧ୍ୟାପିକା ସଚଳା ସାମନ୍ତରାୟ, ଅଧ୍ୟାପିକା ସୁଜ୍ଞାନୀ ଭଞ୍ଜସାମନ୍ତ ,ଅଧ୍ୟାପିକା ଡଃ. ସଂଯୁକ୍ତା ପଟ୍ଟନାୟକ, ଅଧ୍ୟାପକ ମାନସ କୁମାର ଜୟସିଂହ, ଅଧ୍ୟାପକ ଡଃ. ସୁମନ୍ତ ଦେହେରୀ, ଅଧ୍ୟାପକ ବଳରାମ ପଶାୟତ, ଅଧ୍ୟାପିକା ଅନିତା ଦାଶ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

