Sambad Odisha

ଖେଳ ରାଜ୍ୟ ଶିକ୍ଷା

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଆର୍ଯ୍ୟ ବିହାରର ତ୍ରିଂଶତମ ବାର୍ଷିକ କ୍ରୀଡା ଉତ୍ସଵ

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଆର୍ଯ୍ୟ ବିହାରର ତ୍ରିଂଶତମ ବାର୍ଷିକ କ୍ରୀଡା ଉତ୍ସଵ

ନିରାକାରପୁର, ୧୮/୧୨(ସମ୍ବାଦ ଓଡ଼ିଶା ):ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଆର୍ଯ୍ୟ ବିହାର, ନିରାକାରପୁରର ତ୍ରିଂଶତମ ବିଦ୍ୟାଳୟସ୍ତରୀୟ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଯାହାକି ଗତ ତିନିଦିନ ବ୍ୟାପି କ୍ଷେତ୍ରବାସୀ ଡିଏଭି କ୍ରିଡା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।ଏ ଉଦଯାପନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ସାହୁ, ମଣ୍ଡଳ ଶିକ୍ଷା ଅଧିକାରୀ, ଟାଙ୍ଗୀ ଓ ସମ୍ମାନିତ ଅତିଥି ଭାବେ ରବିନ୍ଦ୍ର କୁମାର ମଲ୍ଲିକ, ଶାଖା ପରିଚାଳକ,ବରୋଦା ବ୍ୟାଙ୍କ ନିରାକାରପୁର ଯୋଗ ଦେଇଥିଲେ। କ୍ରୀଡା ମାଧ୍ୟମରେ ଶିଶୁର ଶାରୀରିକ ଓ ମାନସିକ ବିକାଶ ଘଟେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ବିଦ୍ୟାଳୟର ସଂପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କ୍ରୀଡା ବିଦ୍ୟାର୍ଥୀମାନଙ୍କର ଶୃଙ୍ଗଳା,ସହଯୋଗ,ନିଷ୍ଠା ଓ ନେତୃତ୍ୱ ଗୁଣର ବିକାଶ କରିଥାଏ । କ୍ରୀଡା ବିଦ୍ୟାର୍ଥୀମାନଙ୍କର ମାନସିକ ଚାପକୁ କମାଇ ମନକୁ ସତେଜ ଓ ପ୍ରଫୁଲ୍ଲିତ କରେ ବୋଲି ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଉତ୍ସବରେ ଷ୍ଟେଟ ବ୍ରିଗେଡ଼୍ ସ୍କୁଲ,ଭୂଷଣ୍ଡପୁର ସଂପାଦକ ବ୍ରଜବନ୍ଧୁ ସେଠୀ ଓ ପ୍ରଧାନ ଆଚାର୍ଯ୍ୟା କୁଇନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ନିହାର ଗୁରୁଜୀ ଅତିଥି ପରିଚୟ ପ୍ରଦାନ ଓ ବିନୋଦ ଗୁରୁଜୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଏହି କ୍ରୀଡା ପ୍ରତିଯୋଗିତାରେ ଚାରୋଟି ବିଭାଗରେ ୪୮ ଇଭେଣ୍ଟରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ମେଡାଲ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ଏହି କ୍ରୀଡା ଉତ୍ସବରେ କନିଷ୍ଠ ବିଭାଗର ରୀତିପର୍ଣ୍ଣା ସାମନ୍ତରାୟ ଓ ଉପବରିଷ୍ଠ ବିଭାଗର ଓମ ପ୍ରୟାସ ଦାସ କ୍ରୀଡା ଚମ୍ପିୟନ ହୋଇଥିଲେ।କ୍ରୀଡା ବିଚାରକ ଭାବରେ ପ୍ରମୋଦ କୁମାର ଦାସ, ଶରତ ଚନ୍ଦ୍ର ଛୋଟରାୟ, ଆଶିଷ କୁମାର ବିଶ୍ୱାଳ ଓ ଅବିନାଶ ପଟ୍ଟନାୟକ ପରିଚାଳନା କରିଥିଲେ।ଏହି ବାର୍ଷିକ କ୍ରୀଡାରେ ବିଦ୍ୟାମନ୍ଦିରର, ସଂଜୟ କୁମାର ସେଠୀ, ପବିତ୍ର କୁମାର ରାଉତରାୟ, କୃଷ୍ଣଚନ୍ଦ୍ର ଛୋଟରାୟ, ଅକ୍ଷୟ କୁମାର ମହାପାତ୍ର, ମନୋରଂଜନ ଦାସ,ଜିତେନ୍ଦ୍ର କୁମାର ପୃଷ୍ଟି, ଶକ୍ତି ପ୍ରସାଦ ଚାଓ ପଟ୍ଟନାୟକ ଆଚାର୍ଯ୍ୟା ସନ୍ଧ୍ୟାରାଣୀ ବାହିନିପତୀ, ରଶ୍ମିପ୍ରଭା ପୁରୋହିତ,ସୁଜାତା ଶ୍ରୀଚନ୍ଦନ, ବିଣାପାଣୀ ଦାସ, କବିତା ଜଗଦ୍ଦେବ, ପ୍ରିୟଦର୍ଶିନୀ ସାହୁ ଓ ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *