କର୍ମଚାରୀ ଅଭାବ, ଅସହ୍ୟ କାର୍ଯ୍ୟଭାର : ଚିଲିକା ରାଜସ୍ବ କ୍ଷେତ୍ର ଅଧିକାରୀଙ୍କ ଅନ୍ୟ କାର୍ଯ୍ୟ ବନ୍ଦ ପାଇଁ ଦାବି
ଚିଲିକା ,୧୮/୮( ସମ୍ବାଦ ଓଡ଼ିଶା): ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଙ୍ଘର ଆହ୍ବାନ କ୍ରମେ ଜିଲ୍ଲାରେ ରାଜସ୍ବ ନିରୀକ୍ଷକ, ସହକାରୀ ରାଜସ୍ବ ନିରୀକ୍ଷକ ଓ ରାଜସ୍ବ ପରିଦର୍ଶକ ଙ୍କ ପରବିଭାଗ କାର୍ଯ୍ୟବନ୍ଦ ପାଇଁ ବିଭାଗୀୟ ଅଧିକାରୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ ହୋଇଥିବା ଜଣାପଡିଛି। ଫଳରେ ଅନ୍ୟ କାର୍ଯ୍ୟଗୁଡ଼ିକ ହେବା କଷ୍ଟ ସାଧ୍ୟ ହେବା ସହିତ ସମୟ ସାପେକ୍ଷ ହୋଇଛି। ଗୋଟିଏ ପଟେ ଜଣେ ଜଣେ କର୍ମଚାରୀ କାର୍ଯ୍ୟାଳୟ ସମ୍ଭାଳୁଥିବା ବେଳେ କୃଷି, ଅର୍ଥ, ପଞ୍ଚାୟତିରାଜ, ସମବାୟ ବିଭାଗ ର କାର୍ଯ୍ୟ ଆଣି ଲଦି ଦିଆଯିବା ଯୋଗୁଁ ସଂଘ ପକ୍ଷରୁ ୫ ଥର ଚେତାବନୀ ମିଆଦ ଶେଷ ପରେ ଏହି ଆନ୍ଦୋଳନ ରେ ରାଜସ୍ବ କ୍ଷେତ୍ର ଅଧିକାରୀ ମାନେ ସାମିଲ ହୋଇଥିବା ଜଣାପଡିଛି । ମୃତ ରୟତ ଙ୍କ ପ୍ରଜାଖାନା ସଂଶୋଧନ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି । ଯେହେତୁ କାର୍ଯ୍ୟଭାର ଅସହନୀୟ ଓ ରିଭ୍ୟୁ ଆଳରେ ସେକ୍ରେଟାରୀ ସ୍ତରର ର ଅଧିକାରୀ ଙ୍କ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଧମକ ଦିଆଯାଉଥିବାରୁ ସେମାନେ ସବୁବେଳେ ଚାପ ରେ ରହୁଥିବା ଦାବିପତ୍ର ରୁ ଜଣାପଡିଛି। ସେଥିପାଇଁ ରାଜସ୍ବ ବିଭାଗ କାମ କୁ ଯଥାରୀତି ଚାଲୁ ରଖିବା ସହିତ ଅନ୍ୟ କାମ ଗୁଡିକ ବନ୍ଦ ରଖି ପୂର୍ଣ୍ଣ ସଂଖ୍ୟକ କର୍ମଚାରୀ ଓ ଭିତ୍ତିଭୂମି ସହିତ ବ୍ୟାପକ ପ୍ରଚାର ପ୍ରସାର ନହେଲେ ପ୍ରଜାଖାନା ସଂଶୋଧନ ଭଳି ବିଭାଗୀୟ କାମ ମଧ୍ୟ କରିବେ ନାହିଁ ବୋଲି ସଂଘ ପକ୍ଷରୁ ଆଜି ଚିଲିକା ତହସିଲଦାରଙ୍କୁ କ୍ଷେତ୍ର ଅଧିକାରୀ ମାନେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଚିଲିକା ତହସିଲ ଅଧିନସ୍ଥ ରାଜସ୍ବ କର୍ମଚାରୀ ଅମିର ରନ୍ଜନ ନାୟକ( ରାଜସ୍ଯ ପରିଦର୍ଶକ ) , ମମତା ବେହେରା, ନିକୁନ୍ଜ ପ୍ରଧାନ, ଦିବ୍ଯ ରନ୍ଜନ ସାହୁ, ବସନ୍ତ ସ୍ଉାଇ ( ରାଜସ୍ୟ ନିରିକ୍ଷକ) ସମେତ ସମସ୍ତ ରାଜସ୍ୟ ନିରିକ୍ଷକ ଓ ସହକାରି ରାଜସ୍ୟ ନୀରିକ୍ଷକ ପ୍ରମୁଖ ଉପସ୍ଥିତ ରହି ଥିଲେ।

