ଭୁଷଣ୍ଡପୁର ପାଇଁ ଖୁସିଖବର : ଷ୍ଟେସନରେ ଦୃତଗାମୀ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରହଣିକୁ ସ୍ବାଗତ
ନିରାକାରପୁର,୧୫।୮(ସମ୍ବାଦ ଓଡ଼ିଶା): ୭୯ ସ୍ବାଧୀନତା ଦିବସ ଅବସରରେ ଭୁଷଣ୍ଡପୁର ଷ୍ଟେସନରେ ଭୁବନେଶ୍ୱର ଜଗଦଳପୁର ଦ୍ରୁତଗାମୀ ରେଳ ଗାଡିର ରହଣିକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି। ଏହି ରେଳ ଗାଡି ରହଣି ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଭୁଷଣ୍ଡପୁର, ବାଲିପାଟପୁର, କନ୍ତଳବାଇ, ସାନରାଉତପଡା, ଉଜ୍ୱଳାଗୋପୀନାଥପୁର ଓ ନୂଆଗଡ ପଞ୍ଚାୟତର ବାସିନ୍ଦାମାନେ ଭୁଷଣ୍ଡପୁର ଷ୍ଟେସନରୁ ରେଳ ଯୋଗେ ବିଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି। ଦୈନଦିନ ଯାତ୍ରୀ ବହୁ ସଂଖ୍ୟାରେ ଯାତାୟାତ କରନ୍ତି। ରହଣିର ଯଥେଷ୍ଟ ଆବଶ୍ୟକତା ଥିଲା ତାହା ପୂରଣ ହୋଇଥିବା ହେତୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି। ଏହାକୁ ସ୍ବାଗତ କରିବା ପାଇଁ ଷ୍ଟେସନରେ ଉପସ୍ଥିତ ଥିଲେ ବିଜେପି ନେତା ଶ୍ରୀରଞ୍ଜନ ମଙ୍ଗରାଜ, ଭୂଷଣ୍ଡପୁର ସରପଂଚ ସୌରଭ ଦାସ ମହାପାତ୍ର, ନୂଆଗଡ ସରପଂଚ ରଘୁନାଥ ମାଝୀ ,ଲୋକନାଥ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ପାଟଶାଣୀ, ସିପିଏମ ଆଇ ନେତା ଗିରିଶ ଚନ୍ଦ୍ର ମହାରଣା, ତ୍ରିନାଥ ବଳବନ୍ତରାୟ, ଉଜ୍ଜଲାଗୋପିନଥପୁର ସମିତି ସଭ୍ୟ ସୂର୍ଯ୍ୟମଣି ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ବଦେଶ କୁମାର ରାଉତରାୟ, ତାରା ପ୍ରସାଦ ଚ୍ୟାଉପଟ୍ଟନାୟକ, ଅମଲ୍ ଚକ୍ରବର୍ତ୍ତୀ, ସେକ ସନାଉଲା ଫଜଲୁ ଖାଁ, ଗୋପାଳ ଜେନା, ଅଶୋକ ପାତ୍ର , ପୂର୍ଣ୍ଣ ଚନ୍ଦ୍ର କଳସ ,ବୈକୁଣ୍ଠ ନାଥ ବେହେରା ଓ ଦୁର୍ଯ୍ୟଧନ ରାଉତରାୟଙ୍କ ସମେତ ଉକ୍ତ ପଞ୍ଚାୟତର ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ।

