ଟ୍ରୁ ଲାଇଫ ନିଶା ନିବାରଣ କେନ୍ଦ୍ରରେ ସ୍ଵାଧୀନତା ଦିବସ ପାଳିତ
ନିଶା ମୁକ୍ତ ସମାଜ ପାଇଁ ସଂଯମତାର ଜରୁରୀ

ନିରାକାରପୁର,୧୫/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ଟ୍ରୁ ଲାଇଫ ନିଶା ନିବାରଣ କେନ୍ଦ୍ରରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପୂର୍ବ ପୁରୁଷମାନେ ଦେଶ ସ୍ଵାଧୀନତା ପାଇଁ ଦେଇଥିବା ପ୍ରାଣ ବଳି ଆଜି ବି ଚିରସ୍ମରଣୀୟ ହୋଇ ରହିଛି । ନିଶା ବର୍ତ୍ତମାନର ସମାଜକୁ କବଳିତ କରି ରଖିଥିବାରୁ ଆଜିର ଯୁବ ସମାଜ ପଥଭ୍ରଷ୍ଟ ହୋଇ ଅସାମାଜିକ କାର୍ଯ୍ୟକଳାପରେ ମାତି ଛନ୍ତି। ତେଣୁ ସଂଯମତା ଓ ଦେଶ ପ୍ରତି ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତନ କଲେ ଯୁବ ସମାଜ ଦେଶର ସୁଦୃଢ଼ ଭବିଷ୍ୟତ ଗଢିବାରେ ସଫଳ ହେବେ ବୋଲି ମୁଖ୍ୟ ଅତିଥି ଶ୍ରୀ ରାଉତରାୟ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରର ମୁଖ୍ୟ ସୌମ୍ୟଶ୍ରୀ ପ୍ରିୟଦର୍ଶନ କର ନିଶା ନିବାରଣ କେନ୍ଦ୍ରରୁ ବହୁ ସଂଖ୍ୟାରେ ବ୍ୟକ୍ତି ନିଶା ମୁକ୍ତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିଛନ୍ତି ବୋଲି କହିଥିଲେ ।ଏହି ଅବସରରେ ଦିଲ୍ଲୀପ ତ୍ରିପାଠୀ, ଚିନ୍ମୟ ମହାପାତ୍ର, ସୌମ୍ୟ ମହାପାତ୍ର, ପାର୍ଥ ମିଶ୍ର, ପ୍ରଳୟ ରଶ୍ମି ପରିଡା, ପପୁ ପ୍ରଧାନ ଓ ଅନ୍ତେବାସୀ ମାନେ ସହଯୋଗ କରିଥିଲେ।

