Sambad Odisha

ରାଜ୍ୟ ଶିକ୍ଷା ସ୍ପେଶାଲ

ନିରାକାରପୁର କଲେଜରେ ହର ଘର ତ୍ରିରଙ୍ଗା ଅଭିଯାନକୁ ସ୍ବାଗତ

  • ନିରାକାରପୁର କଲେଜରେ ହର ଘର ତ୍ରିରଙ୍ଗା ଅଭିଯାନକୁ ସ୍ବାଗତ

୧୫୦୦ ଫୁଟର ତ୍ରିରଙ୍ଗା ଧରି ଛାତ୍ରଛାତ୍ରୀ କଲେ ଶୋଭାଯାତ୍ରା

ନିରାକାରପୁର,୧୪/୮( ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ): ଦେଶର ୭୯ତମ ସ୍ବାଧିନତା ଦିବସ ପାଳନର ଅବ୍ୟବହିତ ଦିବସରେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ନଗର ପରିକ୍ରମା କରିଥିବାବେଳେ ନଗରବାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ,ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ସ୍ଵାଗତ କରିଥିଲେ। ମହାବିଦ୍ୟାଳୟ ର ଏକ ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଙ୍କ ସହିତ ଶତାଧିକ କର୍ମଚାରୀ କଲେଜ ପରିସରରୁ ବାହାରି କଲେଜ ଛକ, ସୃଜନ ବିହାର, ପଦ୍ମପୁର, ଆର୍ଯ୍ୟ ବିହାର, ନିରାକାରପୁର ଥାନା ଦେଇ ଗେଟ ବଜାର ପରିକ୍ରମା କରି ପ୍ରତ୍ୟାବର୍ତ୍ତନ କରିଥିଲେ।୧୫୦୦ ଫୁଟ ର ତ୍ରିରଙ୍ଗା ଧରି ଶୋଭାଯାତ୍ରା ଟି ଯାଉଥିବାବେଳେ ବ୍ୟବସାୟୀ ଓ ସାଧାରଣ ଲୋକମାନେ ସ୍ବାଗତ ଜଣାଇବା ସହିତ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ଜାତୀୟ ପତାକା ଗ୍ରହଣ କରିଥିଲେ। ଦେଶ ପ୍ରେମର ନାରା ଆଜି ଜନଜୀବନ ଉପରେ ବେଶ ପ୍ରଭାବ ରଖିଛି ବୋଲି ଅଧ୍ୟକ୍ଷା ବ୍ରତତୀ ମିଶ୍ର କହିଥିବାବେଳେ ନିରାକାରପୁର ଆଇଆଇସି ବିଶ୍ୱଜିତ ରାଉତରାୟ ଓ ସବ ଇନ୍ସପେକ୍ଟର ଦିପାଲିଶା ନାୟକ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ଵ ନିର୍ବାହ କରିଥିଲେ। ପରେ ପରେ କଲେଜ ପରିସରରେ ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପୁରସ୍କୃତ ବିତରଣ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥଙ୍କ ସଞ୍ଚାଳନ ରେ ଅନୁଷ୍ଠିତ ଏହି ସଭାରେ ଅଧକ୍ଷା ବ୍ରତତୀ ମିଶ୍ରଙ୍କ ସମେତ ଅଧ୍ୟାପକ ଚନ୍ଦନ କୁମାର ମିଶ୍ର, ଡ କୈବଲ୍ୟ ପତି, ଗିରିଜା ଶଙ୍କର ମହାପାତ୍ର, ସୌରଭ ମହାପାତ୍ର,ଅଭିଷେକ ପଣ୍ଡା,ଅମୂଲ୍ୟ ପାତ୍ର, ସନ୍ଦୀପ ମହାପାତ୍ର ଓ ପୁଣ୍ୟ ଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *