Sambad Odisha

ରାଜ୍ୟ

ଅବସରପ୍ରାପ୍ତ ରାଜସ୍ବ ନୀରିକ୍ଷକଙ୍କ ପରଲୋକ

ଅବସରପ୍ରାପ୍ତ ରାଜସ୍ବ ନୀରିକ୍ଷକଙ୍କ ପରଲୋକ

ନିରାକାରପୁର,୧୩/୮(ସମ୍ବାଦ ଓଡ଼ିଶା): ନିରାକାରପୁର ନିକଟସ୍ଥ ଗଡଖାରଦ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ହାଡିବନ୍ଧୁ ମାନସିଂହ ଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ଜଣାଶୁଣା ପରୋପକାରୀ, ମେଳାପୀ, ସରଳ ସ୍ୱଭାବର ବ୍ୟକ୍ତି ଥିଲେ। ସେ ଦୀର୍ଘ ବର୍ଷ ଧରି ପୁରୀ ଜିଲ୍ଲା କଣାସ, ଡେଲାଙ୍ଗ ଓ ବକୁ ଅଞ୍ଚଳ ରେ ରାଜସ୍ବ ନୀରିକ୍ଷକ ଭାବେ କାର୍ଯ୍ୟ କରିଥିଲେ।  ସେ କିଛି ଦିନ ହେବ ଅସୁସ୍ଥତା କାରଣରୁ ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବ ପରେ ଗଡଖାରଦ ଓ ପାଖାପାଖି ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ଶେଷ ଦର୍ଶନ କରିବାକୁ ତାଙ୍କ ବାସଭବନ କୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଆଗମନ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁଅ,ବୋହୂ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।

 

admin

admin

About Author

Leave a comment

Your email address will not be published. Required fields are marked *