Sambad Odisha

ରାଜ୍ୟ ଶିକ୍ଷା

ଓଡିଶା ମହାବିଦ୍ୟାଳୟ ଗ୍ରନ୍ଥା ଗାରିକ ସଂଘ ଦ୍ଵାରା ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳନ

ଓଡିଶା ମହାବିଦ୍ୟାଳୟ ଗ୍ରନ୍ଥା ଗାରିକ ସଂଘ ଦ୍ଵାରା

ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳନ

ଭୁବନେଶ୍ୱର,୧୨/୮(ସମ୍ବାଦ ଓଡ଼ିଶା): ମାନବ ସମାଜର ଯାବତୀୟ ଉନ୍ନତିର ଅନ୍ତରାଳରେ ଶିକ୍ଷା ହିଁ ଅସଲ ଚାବିକାଠି, ଯାହାର ମାନ ବୃଦ୍ଧି ନିମନ୍ତେ ପାଠାଗାରର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ପାଠାଗାର ଆନ୍ଦୋଳନର ଜନକ ଡଃ ଏସ. ଆର. ରଙ୍ଗନାଥନଙ୍କ ଜୟନ୍ତୀ ଉତ୍ସବ ତଥା ଓଡିଶା ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘ ଦ୍ଵାରା ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ଗ୍ରନ୍ଥା ଗାରିକ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷା ବିଭାଗ ଏଚଆଇଏମଏସ ଭାରପ୍ରାପ୍ତ ଅଧିକାରୀ ଡ ପାଣ୍ଡବ ପ୍ରଧାନ ଯୋଗଦେଇ ଏହା ପ୍ରକାଶ କରିବା ସହିତ ଗ୍ରନ୍ଥାଗାରିକମାନଙ୍କର କିଛି ଆବଶ୍ୟକୀୟ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠିତ ସଭାରେ ଡି. ଆଶୁତୋଷ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂଘର କାର୍ଯ୍ୟକାରୀ ସଭାପତି ହୃଷୀକେଶ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ତ୍ରିଲୋଚନ ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିବା ସହିତ ସମ୍ମାନୀତ ଅତିଥି ଭାବରେ ସଂଘ ମାର୍ଗଦର୍ଶକ ଓ ପ୍ରାଣ ପ୍ରତିଷ୍ଠାତା ଅର୍ଜୁନ ଜେନା, ପଣ୍ଡିତ ନୀଳକଣ୍ଠ ସୂଚନା ଓ ପାଠାଗାର ବିଜ୍ଞାନ କଲେଜ ଅଧକ୍ଷ ଦିଲ୍ଲୀପ କୁମାର ପଟ୍ଟନାୟକ, ପୂର୍ବତନ ସମ୍ପାଦକ ପ୍ରଦୀପ କୁମାର ସାହୁ, ବରିଷ୍ଠ ଉପଦେଷ୍ଟା ଆଦିତ୍ୟ ମିଶ୍ର, ସାଂଗଠନିକ ସମ୍ପାଦକ ରତିକାନ୍ତ ଓଝା ଓ ସହ ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ପାଠାଗାର କେବଳ ଶିକ୍ଷାନୁଷ୍ଠାନର ମୁଖ୍ୟ ଅଂଶ ନୁହେଁ ଏହା ସମାଜରେ ଶିକ୍ଷା ବିକାଶର ମୁଖ୍ୟ ମାଧ୍ୟମ ଓ ଶିକ୍ଷାର ବିକାଶରେ ଗ୍ରନ୍ଥାଗାର ର ଭୂମିକା ଉପରେ ଆଲୋକ ପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ. ସୁଶାନ୍ତ ରାଉତ, ହେମନ୍ତ କୁମାର ଶତପଥୀ, ହେମନ୍ତ ଦାସ, ଅବଦୁଲ କଲାମ, ବାସୁଦେବ ମିଶ୍ର , ଅଭିମନ୍ୟୁ ସାମଲ, ଜୟଦେବ ଗୌଡ ଓ ହିମାଂଶୁ ଭୁଷଣ ଚମ୍ପତିରାୟ, ଶୁଭଲକ୍ଷ୍ମୀ ମହାନ୍ତି, ରୋଜାଲିନ ସୁନ୍ଦରା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଉପ ସଭାପତି ହେମନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ

।

 

admin

admin

About Author

Leave a comment

Your email address will not be published. Required fields are marked *