ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ୬ଦଫା ସମ୍ବଳିତ ଦାବୀ ପତ୍ର ଟାଙ୍ଗୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି।
ଟାଙ୍ଗୀ,୨/୮(ସମ୍ବାଦ ଓଡ଼ିଶା ,ସ୍ୱାଗତିକା ପାହାଡ଼ସିଂହ)ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ୬ଦଫା ସମ୍ବଳିତ ଦାବୀ ପତ୍ର ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଶନିବାର ଦିନ ଟାଙ୍ଗୀ ଗୋଷ୍ଠୀ ଶିକ୍ଷଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଜଣାପଡିଛି।ଏହି ଦାବୀ ଗୁଡିକ ମଧ୍ୟରେ ରହିଛି ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ,ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଗୁଡ଼ିକରୁ ଅବସର ଗ୍ରହଣ କରିଥିବା ଓ ଅବସର ନେବାକୁ ଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଚାକିରୀ ସର୍ତ୍ତା ବଳୀ, ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ଅବସର ବୟସ ସୀମା ୬୦ରୁ ୬୨ବର୍ଷକୁ ବୃଦ୍ଧି, ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରେଡ଼ ପେ ରେ ଥିବା ଅସଂଗତି ଦୂରୀକରଣ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଗୁଡିକୁ ସରକାରୀକରଣ ସହିତ ଶୂନ୍ୟ ପଦବୀ ଗୁଡିକରେ ତୁରନ୍ତ ନିଯୁକ୍ତି ପ୍ରଦାନ, ୨୦୦୪ରୁ ୨୦୧୩ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ 6ଟି ନୋସ ନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ପ୍ରଦାନ କରି ନୂତନ ପେନସନ ସ୍କିମକୁ ବାତିଲ କରାଯିବା ପାଇଁ ଇତ୍ୟାଦି ଓଷ୍ଟା ଟାଙ୍ଗୀ ବ୍ଲକ ଶାଖାର ସଭାପତି ବଳରାମ ପାଇକରାୟ, ସମ୍ପାଦକ ଅଜୟ କୁମାର ପରିଡା, ଓଷ୍ଟା ରାଜ୍ୟ ସମ୍ପାଦକ ରମାକାନ୍ତ ମହାପାତ୍ର, ଓଷ୍ଟା ର ପ୍ରାକ୍ତନ ସଭାପତି ପଦ୍ମନାଭ ବିଶ୍ୱାଳ ପ୍ରମୁଖଙ୍କ ନେତୃତ୍ୱରେ ଶିକ୍ଷକମାନେ ଏହି ଦାବୀ ପତ୍ର ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ମଞ୍ଜୁଲତା ବେହେରା ଙ୍କୁ ପ୍ରଦାନ କରିଥିବା ଜଣାପଡିଛି। ଚଳିତ ମାସ ୮ ତାରିଖ ଶୁକ୍ରବାର ଦିନ ଖୋରଧା ଜ଼ିଲା ପାଳଙ୍କୁ ମଧ୍ୟ ଏହି ଦାବୀ ପତ୍ର ପ୍ରଦାନ କରାଯିବା ପରେ ୧୬ତାରିଖ ଶନିବାର ଦିନ ଦାବୀ ଦିବସ ପାଳନ ଅବସରରେ ହଜାର ହଜାର ଶିକ୍ଷକଙ୍କ ସମାବେଶର ଦାବୀ ପୂରଣ ନହୋଇଥିଲେ ପରବର୍ତ୍ତୀ ଆନ୍ଦୋଳନାତ୍ମକ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସଂଘୀୟ ସୂତ୍ରରୁ ଜଣାପଡିଛି।

