Sambad Odisha

ରାଜ୍ୟ

ଟ୍ରକ ଧକ୍କାରେ ଯୁବକ ଗୁରୁତର ଘଟଣା କ୍ଷତି ପୂରଣ ପାଇଁ ୧୭ ଘଣ୍ଟା ନୂଆ ଜଗନ୍ନାଥ ସଡକ ଅବରୋଧ: ପ୍ରତିଶ୍ରୁତି ପରେ ହଟିଲେ ଉକ୍ୟକ୍ତ ଲୋକ ରେଡକ୍ରସରୁ ୧୫ ହଜାର, ଗାଡି ମାଲିକ ଦେଲେ ୨୦ ହଜାର

ଟ୍ରକ ଧକ୍କାରେ ଯୁବକ ଗୁରୁତର ଘଟଣା

କ୍ଷତି ପୂରଣ ପାଇଁ ୧୭ ଘଣ୍ଟା ନୂଆ ଜଗନ୍ନାଥ ସଡକ ଅବରୋଧ: ପ୍ରତିଶ୍ରୁତି ପରେ ହଟିଲେ ଉକ୍ୟକ୍ତ ଲୋକ

ରେଡକ୍ରସରୁ ୧୫ ହଜାର, ଗାଡି ମାଲିକ ଦେଲେ ୨୦ ହଜାର

ନିରାକାରପୁର,୨୭/୭(ସମ୍ବାଦ ଓଡ଼ିଶା): ରବିବାର ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଲେଣ୍ଡୁ ଛକରେ ଅପରାହ୍ନ ୫ ଟା ବେଳେ ଏକ ବାଇକ କୁ ଏକ ଟ୍ରକ ଧକ୍କା ଦେବାରୁ ବାଇକ ଆରୋହୀ ଯୁବକ ଗୁରୁତର ହୋଇ ଭୁବନେଶ୍ୱର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କ୍ଷତି ପୂରଣ ଦାବି କରି ଉତ୍ୟକ୍ତ ଗ୍ରାମବାସୀ ମାନେ ଲେଣ୍ଡୁ ଛକ ନିକଟ ନୂଆ ଜଗନ୍ନାଥ ସଡକରେ ଗତ କାଲି ସନ୍ଧ୍ୟା ୭ଟା ଠାରୁ ଟାୟାର ଜାଳି ନୂଆ ଜଗନ୍ନାଥ ସଡକ ଅବରୋଧ କରି ଥିଲେ। କିନ୍ତୁ କୌଣସି ସଠିକ୍ ପ୍ରତିଶ୍ରୁତି ନ ମିଳିବାରୁ ଗୁରୁତର ଯୁବକର ପରିବାର ଲୋକଙ୍କ ସମେତ ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧରୁ ହାତୀ ନଥିଲେ। ଫଳରେ ଗତକାଲି ରାତି ତମାମ ରାସ୍ତା ଅବରୋଧ ହୋଇଥିବାବେଳେ ଆଜି ଦିନ ୧୧ ଟା ପର୍ଯ୍ୟନ୍ତ ଅବରୋଧ ଚାଲିଥିଲା। ଏହି ସମୟର ଶହ ଶହ ଗାଡିମଟର ପୁରୀ ଯିବା ରାସ୍ତାର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ରହିଥିଲା। ଯାତ୍ରୀମାନେ ବହୁତ୍ ହଇରାଣ ହୋଇ ଏପାଖ ସେପାଖ ରୁ ନିଜର ଜିନିଷ ଧରି ଚାଲିଚାଲି ବହୁ କଷ୍ଟ ଅନୁଭବ କରିଥିଲେ। ବହୁ ଗାଡି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ନ ଯାଇ ଫେରିଯାଇଥିଲେ। ପରେ ଘଟଣାସ୍ଥଳକୁ ଟାଙ୍ଗୀ ଅତିରିକ୍ତ ତହସିଲଦାର ଶାନ୍ତୁନ ମଲ୍ଲିକ ଆସି ଗୁରୁତର ଯୁବକ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କା ଦେଇଥିଲେ ବି ସେମାନେ ଅଧିକ କ୍ଷତି ପୂରଣ ଦାବି କରି ଅବରୋଧ ଚାଲୁ ରଖିଥିଲେ। ଶେଷରେ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଆସି ଘଟଣା ଘଟାଇଥିବା ଗାଡି ମାଲିକ ସହିତ ଯୋଗାଯୋଗ କରି ଚିକିତ୍ସା ପାଇଁ ପ୍ରାଥମିକ ଭାବେ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ପରେ ଗାଡି ବୀମା ବାବଦକୁ କ୍ଷତି ପୂରଣ ମିଳିବାରେ ସହଯୋଗ , ମେଡ଼ିକାଲରେ ସହଯୋଗ ସହିତ ପୋଲିସ ତରଫରୁ କାଗଜ ପତ୍ରରେ ସମସ୍ତ ସହଯୋଗ କରାଯିବାର ପ୍ରତିଶ୍ରୁତି ପରେ ଦିନ ୧୨ ଟାରେ ଅବରୋଧ ହଟିଥିଲା। ପ୍ରକାଶ ଥାଉ କି ଗତ କାଲି ଅପରାହ୍ନ ସମୟରେ ଲେଣ୍ଡୁ ହନୁମାନ ସାହିର ପ୍ରଶାନ୍ତ କୁମାର ସାହୁ (୨୬) ଏକ ବାଇକ ଯୋଗେ ନିରାକାରପୁର ରୁ ବଜାର କାମ ସାରି ଘରକୁ ଫେରୁ ଥିବାବେଳେ ପୁରୀ ଆଡୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା।ଉକ୍ତ ଦୁର୍ଘଟଣାରେ ଯୁବକ ଜଣକ ଗୁରୁତର ହୋଇପଡ଼ିଥିଲେ। ତାର ଡାହାଣ ଗୋଡ ଉପରେ ଗାଡି ଚକା ଚଢିବା ଯୋଗୁ ଗୋଡରେ ଗୁରୁତର ଆଘାତ ଲାଗିଥିବା ଜଣାପଡିଥିଲା। ଘଟଣାସ୍ଥଳରେ ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରି ଥିଲେ ବି ଉଚ୍ଚ ପଦାଧିକାରୀ ଆସି କ୍ଷତି ପୂରଣ ଦେବ ପାଇଁ ଉତ୍ୟକ୍ତ ଲୋକେ ଅଡି ବସିଥିଲେ। ପୋଲିସ ଦୁଇଟି ଯାକ ଗାଡି ଜବତ କରି ଏକ ମାମଲା ରୁଜୁ କରିଥିବା ଜଣାପଡିଛି। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଯୋଗୁଁ ଜନସାଧାରଣ ଯେଉଁ ଅସୁବିଧାରେ ପଡ଼ିଥିଲେ ସେଥିପାଇଁ ପୋଲିସ ତରଫରୁ ରାସ୍ତା ଅବରୋଧ କରିଥିବା ୫୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ପୋଲିସ ଆଇଆଇସି ବିଶ୍ୱଜିତ୍ ରାଉତରାୟଙ୍କ ଠାରୁ ଜଣାପଡିଛି।

 

 

admin

admin

About Author

Leave a comment

Your email address will not be published. Required fields are marked *