Sambad Odisha

ରାଜ୍ୟ

ଗୟାବନ୍ଧ ରେ ହାତୀ ଉପଦ୍ରବ : ଲୋକେ ଆତଙ୍କିତ 

ଗୟାବନ୍ଧ ରେ ହାତୀ ଉପଦ୍ରବ : ଲୋକେ ଆତଙ୍କିତ

ନିରାକାରପୁର,୨୭/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂ ଓଳସିଂହ ଗ୍ରାମପଞ୍ଚାୟତ ଗୟାବନ୍ଧ ଗ୍ରାମରେ ହାତୀ ଉପଦ୍ରବ।ଗତ କିଛି ଦିନ ହେବ ଏକ ୪ଟିକିଆ ହାତୀପଲ ଜଂଗଲ ରୁ ପଳାଇ ଆସି ଓଳସିଂହ, ଡମଣଭୂଇଁ, ଗୟାବନ୍ଧ ଅଂଚଳରେ ଉପଦ୍ରବ କରୁଛନ୍ତି। ଖାଦ୍ଯ ଅନ୍ବେଷଣ ରେ ଜଂଗଲରୁ ହାତୀ ଗାଁ ମୁହାଁ ହେଉଛନ୍ତି।ଅନେକ ସମୟରେ ହାତୀ ମଣିଷ ଲଢେଇ ଦେଖିବାକୁ ମିଳିଛି।କେତେବେଳେ ହାତୀ ଆକ୍ରମଣରେ ମଣିଷ ମରୁଛି ତ କେତେବେଳେ ବିଷ ଜନିତ ଓ ଇଲେକ୍ଟ୍ରି ଯୋଗୁଁ ହାତୀର ମୃତ୍ୟୁ ଘଟୁଛି।ଗତକାଲି ବିଳମ୍ବିତ ରାତିରେ ୪ଟି ହାତୀ ଗୟାବନ୍ଧ ଗାଁ ନିକଟକୁ ପଳାଇ ଆସି ଅବଦୁଲ ଗଫୁର ଖାଁଙ୍କ ଫାର୍ମ ହାଉସ ପାଚେରୀ ଭାଗିଂ ଫାର ଭିତରେ ଥିବା ଫସଲ କୁ ଦଳିଚକଡି ମୂଲ୍ୟବାନ ଗଛପତ୍ର ଭାଗିଂ ନଷ୍ଟ କରିଥିବା ଜଣାପଡ଼ିଛି।ବନବିଭାଗ କର୍ମଚାରୀ ରାତିରେ ହାତୀର ଗତିବିଧି ଜାଣିବା ପାଇଁ ଡ୍ରୋନ ସହାୟତା ରେ ଲକ୍ଷ ରଖୁଛନ୍ତି ହେଲେ ବନବିଭାଗ କର୍ମଚାରୀ ହାତୀକୁ ଜଂଗଲ ମଧ୍ୟକୁ ଘଉଡାଇବାରେ ବିଫଳ ହେଉଥିବାରୁ ସ୍ଥାନୀୟ ଅଂଚଳର ଲୋକେ ଓ ଚାଷୀ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

admin

admin

About Author

Leave a comment

Your email address will not be published. Required fields are marked *