*ନିରାକାରପୁର ରେଳ ଫାଟକରେ ଚରମ ଅବହେଳା*
ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭିଡ: ଟ୍ରାଫିକ ନିୟନ୍ତ୍ରଣ ପାଇଁ ନାହାଁନ୍ତି ପୋଲିସ_
ଖୋର୍ଦ୍ଧା,୬/୬( ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ): ଚଳିତ ବର୍ଷ ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିବା ବେଳେ ଆଜି ସୁନାବେଶରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନୂଆ ଜଗନ୍ନାଥ ସଡ଼କ ସ୍ଥିତ ରେଳ ଫାଟକରେ ପ୍ରଶାସନ ତରଫରୁ ଘୋର ଅବହେଳା ପ୍ରଦର୍ଶନ ସମସ୍ତ ଙ୍କୁ ଚକିତ କରିଛି। ଅନ୍ୟ ବିଭିନ୍ନ ପର୍ବ ପର୍ବାଣୀରେ ରେଳ ଫାଟକ ରେ ଭିଡ କମାଇବା ପାଇଁ ଲୋକାଲ ପୋଲିସ ଠାରୁ ଆରମ୍ଭ କରି ରେଳବାଇ ପୋଲିସ ମୁତୟନ ହେଉ ଥିବାବେଳେ ଗୁଣ୍ଡିଚା ଓ ବାହୁଡା଼ ସହିତ ଆଜି ସୁନାବେଶରେ ଏହାର ସମ୍ପୂର୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯାହା ଫଳରେ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରବଳ ଭିଡ଼ ଯୋଗୁ ଯାତ୍ରୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ମଧ୍ୟ ହୋଇ ହାତାହାତି ହେଉଥିବାର ଲକ୍ଷ୍ୟ କରାଯାଉଛି। ଯଦି ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ନ କରାଯାଏ ଯେତିକି ଗାଡିମଟର ପୁରୀ ଯାଇଛି ସନ୍ଧ୍ୟା ପରଠାରୁ ଫେରିବା ବେଳେ ଅନେକ ସମସ୍ୟା ଦେଖା ଦେବା ସହିତ ଅସମ୍ଭବ ଭିଡ ହେବାର ଆଶା କରାଯାଉଛି।