Sambad Odisha

ରାଜ୍ୟ

ଓଳସିଂହ ପତିତପାବନ ଦେବଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ

ଓଳସିଂହ ପତିତପାବନ ଦେବଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ

ନିରାକାରପୁର,୦୬ /୦୭ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଓଳସିଂହ ଗ୍ରାମସ୍ଥ ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ବାହୁଡା଼ ରଥଯାତ୍ରା ବଡ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ ପହଣ୍ଡି ବିଜେ ପରେ ସମାଜସେବୀ ଦେବରାଜ ବାରିସଲ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରୁଥିଲେ।ପରେ ରଥାରୂଢ଼ ପତିପାବନ ମାଉସୀ ମା ମନ୍ଦିର ଠାରୁ ବାହାରି ଗ୍ରାମ ପରିଭମଣ କରି ଗୁଣ୍ଡିଚା ମନ୍ଦିର ରେ ଯାଇ ପହଞ୍ଚିଥିଲେ।ଏହି ସମୟରେ ଅଞ୍ଚଳ ହଜାର ହଜାର ଭକ୍ତ ସମାଗମ ହୋଇଥିଲା। ଏକ ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତ ମାନେ ରଥକୁ ଟାଣି ଥିଲେ। ବେଦଚାର୍ଯ୍ୟ ପଣ୍ଡିତ ବ୍ରଜବନ୍ଧୁ ତ୍ରିପାଠୀ ଦେବନୀତି ଓ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ଉକ୍ତ ଯାତ୍ରାକୁ ଗ୍ରାମର ରଥ ଯାତ୍ରା କମିଟି ସଭ୍ୟ ଓ ଗ୍ରାମବାସୀ ଯୋଗ ଦେଇ ପରିଚାଳନା କରିଥିଲେ।ଭାଗବତ ପରିଡା,ନାରାୟଣବୈରୀଗଞ୍ଜନ,ଦୁର୍ଯ୍ୟଧନ ବଳିୟାରସିଂହ,ଗୁଣନିଧି ଶତପଥୀ,ଦୁଃଖିଶ୍ୟାମ ମହାପାତ୍ର ମୁଖ୍ୟା ସହ ଯୋଗୀ ଥିଲେ। ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସହଯୋଗ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *