Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜ୍ୟ

ଖୁବ୍ ଶୀଘ୍ର ହିତାଧିକାରୀଙ୍କୁ ବଣ୍ଟନ ହେବ ନୂଆ ରାସନ କାର୍ଡ, ବାଣ୍ଟିବା ବେଳେ ନିରପେକ୍ଷତା ଅବଲମ୍ବନ କରିବାକୁ ପ୍ରସନ୍ନଙ୍କ ପରାମର୍ଶ

ଭୁବନେଶ୍ୱର: ନୂଆ ରାସନ କାର୍ଡ ବଣ୍ଟନ ନେଇ ସରକାରଙ୍କ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ହେବ ନୂଆ ରାସନ କାର୍ଡ ସେମାନଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ। ନୂଆ ରାସନ କାର୍ଡ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏପ୍ରିଲ ୨୨ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଓ, ମ୍ୟୁନିସିପାଲ କମିଶନର କାର୍ଡ ପ୍ରଦାନ କରିବେ। ସଠିକ୍‌ ଯାଞ୍ଚ ପରେ ନୂଆ ସଦସ୍ୟଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ଖାଦ୍ୟ ବିଭାଗ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଇକେୱାଇସି ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଉଛି।

ରାସନ କାର୍ଡ ନେଇ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, କାର୍ଡ ବାଣ୍ଟିବା ବେଳେ ନିରପେକ୍ଷତା ଅବଲମ୍ବନ କରନ୍ତୁ। ଦଳୀୟ ଭିତ୍ତିରେ କାର୍ଡ ବଣ୍ଟା ନ ଯାଉ। ଯେଉଁମାନେ ଅସତ୍ ଉପାୟରେ କାର୍ଡ ନେଇଛନ୍ତି ସରକାର ଯାଞ୍ଚ କରନ୍ତୁ।

ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀ ପତି କହିଛନ୍ତି, ଏ ସରକାର ରଙ୍ଗୀନ । ରଙ୍ଗ ବଦଳାଇ ପାରୁଛନ୍ତି। ଆଉ କଣ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି। ରଙ୍ଗ ବଦଳାଇଛନ୍ତି ରଙ୍ଗୀନ ହେଇକି ବୁଲୁଛନ୍ତି। ଏମାନେ ସର୍ଭେ ନାଁ ରେ ଜାଣି ଶୁଣି ସରକାରକୁ ଯିଏ ବିରୋଧ କରିଥିଲା ତା’ କାର୍ଡ କାଟୁଛନ୍ତି।

admin

About Author

Leave a comment

Your email address will not be published. Required fields are marked *