Sambad Odisha

ରାଜ୍ୟ

ଶରତ ଚନ୍ଦ୍ର ସାମନ୍ତରାୟ ଥିଲେ ଜଣେ ପରୋପକାରୀ ମଣିଷ 

ଶରତ ଚନ୍ଦ୍ର ସାମନ୍ତରାୟ ଥିଲେ ଜଣେ ପରୋପକାରୀ ମଣିଷ 

ନିରାକାରପୁର୩/୧୧: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଦ୍ମପୁର ସ୍ଥିତ ସ୍କୁଲ ପଡ଼ିଆରେ ଜଣେ ପରୋପକାରୀ ମଣିଷ ତଥା ସମାଜସେବୀ ସ୍ୱର୍ଗତ ଶରତ ଚନ୍ଦ୍ର ସାମନ୍ତରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଅପର୍ତି ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଓ ବକ୍ତା ଭାବେ ଯୋଗଦେଇ ଅତିଥିମାନେ ସ୍ୱର୍ଗତ ଶରତ ସାମନ୍ତରାୟଙ୍କ ସମାଜସେବା, ମାନବିକତା ଏବଂ ପରୋପକାରୀ ଗୁଣଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ସତ୍ୟବାଦୀ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ବରିଷ୍ଠ ନେତା ବିପିନ କୁମାର ଜୟସିଂହ, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ୱଦେଶ କୁମାର ରାଉତରାୟ, ଭାଗିରଥୀ ପ୍ରଧାନ, ଯୁବନେତା ସୁକାନ୍ତ କୁମାର ବେହେରା, ସହଯୋଗ ପରିବାର ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ, ପବିତ୍ର କୁମାର ପାଇକରାୟ, ପ୍ରଶାନ୍ତ କୁମାର ପାଟ୍ଟଶାଣୀ, ଶଶି ଶେଖର ମାନ୍ଧାତା ଏବଂ ପ୍ରଭାତ କୁମାର ସାମନ୍ତରାୟ ଈଶ୍ୱର ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସାମନ୍ତରାୟଙ୍କ ସ୍ମୃତିଚାରଣ କରିଥିଲେ।ସଭା କାର୍ଯ୍ୟକୁ ଅବସରପ୍ରାପ୍ତ ଶିକ୍ଷକ କମଲ ଲୋଚନ ପ୍ରଧାନ ସୁଚାରୁ ରୂପେ ପରିଚାଳନା କରିଥିଲେ। ଶେଷରେ ସ୍ୱର୍ଗତ ସାମନ୍ତରାୟଙ୍କ ପୁତ୍ର ଆଦିତ୍ୟ ପ୍ରସାଦ ସାମନ୍ତରାୟ ଓ ପ୍ରତ୍ୟୁଷ କୁମାର ସାମନ୍ତରାୟ ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।

admin

admin

About Author

Leave a comment

Your email address will not be published. Required fields are marked *