ଶ୍ରୀ ରାଧାଗୋବିନ୍ଦ ମହୋତ୍ସବ ଉଦଘାଟିତ
ନିରାକାରପୁର,୨୧/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ସ୍ଥିତ ଜେବିଜି (ଝାଟିନୁଆଗାଁ, ବାଲିପାଟ୍ଟପୁରୁ, ଗୋବର୍ଦ୍ଧନପୁର )କଲୋନୀ ଠାରେ ଆଜି ଗ୍ରାମ୍ୟ କମିଟି ଦ୍ୱାରା ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ପ୍ରତିଷ୍ଠା ଅବସରରେ ଆୟୋଜିତ ଶ୍ରୀ ରାଧାଗୋବିନ୍ଦ ମହୋତ୍ସବ ଏକ ଭକ୍ତି ମୟ ପରିବେଶ ମଧ୍ୟରେ ମହା ଆଡମ୍ବର ରେ ଉଦ୍ଧାଘାଟିତ ହୋଇ ଯାଇଅଛି ।ମହୋତ୍ସବ ର ପ୍ରାରମ୍ଭ ରେ ଟାଙ୍ଗୀ ବ୍ଲକ ର ୭ ଗୋଟି ପଞ୍ଚାୟତ ର ହଜାର ହଜାର ଶ୍ରଦ୍ଧାଳୁ ସ୍ଥାନୀୟ ତେନ୍ତୁଳିଆପଡା ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ରାଧା କୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପହଂଚି ଥିଲେ । ବିଶିଷ୍ଟ ସମାଜସେବୀ ତଥା ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଡ଼ ସଞ୍ଜୟ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାଧୁ ପରମ ହଂସ ସ୍ୱାମୀ ବ୍ରହ୍ମ।ନନ୍ଦ ସାରସ୍ୱତୀ ମହାରାଜା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ । ଜଗତର ନାଥ ପ୍ରଭୁ ଜଗନ୍ନାଥ ଏବଂ ରାଧା କୃଷ୍ଣ ଙ୍କର ଜନ୍ମ କାହାଣୀ ବୁଦନ୍ତ ବର୍ଣନା କରିଥିଲେ । ମୁଖ୍ୟ ବର୍ତ୍ତା ଭାବରେ ଓଡିଶା ଆଜ୍ୟ ସମାଜ ର ମୁଖ୍ୟ ଶ୍ରୀ ଆର୍ଯ୍ୟ କୁମାର ଜ୍ଞାନେଦ୍ର ଯୋଗ ଦେଇ ‘ଶ୍ରୀକୃଷ୍ଣ ଓ ଜାଗସନ୍ଧ ‘କାହାଣୀ ଅନୁବାଦ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ କଥା ବାଚକ ଅଶ୍ରୁତ ନନ୍ଦ ଦାସ ମହାରାଜା ଉପସ୍ଥିତ ହିଁ ଶ୍ରୀମତ ଭାଗବତ କଥା ସୃତ ରେ ରାଧାକୃଷ୍ଣ ଓ ଶଙ୍କର କୃଷ୍ଣ ନୀଳା କାହାଣୀ ବିଭିନ ଅବତାର ସମ୍ଭନ୍ଧରେ ଶ୍ରୋତା ମାନଙ୍କୁ ଶ୍ରବଣ କରାଉଥିଲେ ।ଅନୁଷ୍ଠାନ ର ଉପଦେଷ୍ଟା ଡ଼ ସଞ୍ଜୟ ପଟ୍ଟନାୟକ ଚାରିଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ମହୋତ୍ସବ ସମ୍ବନ୍ଧରେ ଏବଂ ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୧୨୧ ଟି ମଠ ଓ ଆଶ୍ରମ ରୁ ଆସିଥିବା ବହୁ ସାଧୁ ସନ୍ଥ ଙ୍କ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ ।ଏହି କାଯ୍ୟ କର୍ମରେ ଅନ୍ୟ ଅତିଥି ରୂପେ ଶ୍ରୀ ସୌରଭ ଦାସ ମହାପାତ୍ର, ଭାଗିରଥି ସାମନ୍ତରାୟ, ଦୃଯ୍ୟଧନ ରାଉତରାୟ ପ୍ରମୁଖ ଯୋଗ ଦାନ କରିଥିଲେ |ଅନୁଷ୍ଠାନ ର ସଭାପତି ସୁଦିପ୍ତ ମଣ୍ଡଳ, ଉପସଭାପତି ତାପସ ମଣ୍ଡଳ,ଉତ୍ତମ ଦାସ ବିଶ୍ଵନାଥ ଦାସ,ଶିବପ୍ରସାଦ ବଡ଼ଜେନା, ବାଇଧର ମହାରଣା,ତାର ପଟ୍ଟନାୟକ, କାଁହୁ ପ୍ରସାଦ ପରିଡା, ନିର୍ମଳ ଜାଣି, ଅଶୋକ ସାନା, ବଳରାମ ଦାସ,ଅଶ୍ୱନି ମଣ୍ଡଳ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିଲେ।

