Sambad Odisha

ରାଜ୍ୟ ଶିକ୍ଷା

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କର୍ମଶାଳା

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କର୍ମଶାଳା

ଖୋର୍ଦ୍ଧା ୨୪/୩( ସମ୍ବାଦ ଓଡ଼ିଶା):ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ କାଇପଦର୍ ପରିସରରେ ଶକ୍ତିଶ୍ରୀ ଯୋଜନା ତରଫରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ‘ ନାରୀ ସଶକ୍ତିକରଣ ‘ ବିଷୟକ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଟିତ ପ୍ରବକ୍ତା ଡାକ୍ଟର ଆଶୁତୋଷ ମିଶ୍ର ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ ଶକ୍ତି ଓ ଶ୍ରୀ ମଧ୍ୟରେ ଥିବା ସମ୍ପର୍କକୁ ଶ୍ରୀଜଗନ୍ନଥ ସଂସ୍କୃତିର ଅନ୍ତରାଳରେ ଲୁଚିରହିଥିବା ପ୍ରକୃତି ଉପାସନା ଦିଗରେ ବାକ୍ତବ୍ୟ ରଖି ଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ପ୍ରତାପ କିଶୋର ଛୋଟରାୟ ସ୍ଵଭାବ କବି ଗଙ୍ଗାଧର ମେହେର କୃତ ତପସ୍ଵିନୀ କାବ୍ୟରେ ନାରୀ ଚରିତ୍ର ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ଇତିହାସ ବିଭାଗର ମୁଖ୍ୟ ଡକ୍ଟର ଜନ୍ମେଜୟ ଚୌଧୁରୀ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିରେ ନାରୀର ସ୍ଥାନକୁ ଦେବୀ ଉପାସନାର ଦୃଷ୍ଟାନ୍ତ ଦେଇ ଛାତ୍ରୀମାନଙ୍କୁ ଜାଗରଣ କରାଇଥିଲେ, ଶିକ୍ଷା ବିଭାଗର ଅଧ୍ୟାପିକା ଡକ୍ଟର ସଂଯୁକ୍ତା ପଟ୍ଟନାୟକ ନାରୀ ସଶକ୍ତିକରଣର ବିଭନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଅନୁପମା ଚମ୍ପତିରାୟ, ଅଧ୍ୟାପିକା ସୁଜ୍ଞାନୀ ଭଞ୍ଜ ସାମନ୍ତ , ଅଧ୍ୟାପକ ମାନସ କୁମାର ଜୟସିଂହ, ଅଧ୍ୟାପକ ଡକ୍ଟର ସୁମନ୍ତ ଦେହେରୀ, ଅଧ୍ୟାପିକା ଅନିତା ଦାଶ ପ୍ରମୁଖ ଶକ୍ତିଶ୍ରୀ ସାଥୀ ମାନଙ୍କ ସହିତ ଅଧ୍ୟାପକ ବଳରାମ ପଶାୟତ, ଅଧ୍ୟାପକ ସୁଧାଂଶୁ ଶେଖର ରଣସିଂହ ଉପସ୍ଥିତ ଥିଲେ। କର୍ମଶାଳାର ପ୍ରାରମ୍ଭରୁ ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ସଚଳା ସାମନ୍ତରାୟ ସ୍ବାଗତ ଭାଷଣ ସହିତ କର୍ମଶାଳାର ଉର୍ଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। କର୍ମଶାଳାକୁ ସଂଯୋଜନା କରିଥିଲେ ଅଧ୍ୟାପିକା ଯଶସ୍ଵିନୀ ସାହୁ ଓ ଧନ୍ୟବାଦ ପ୍ରଦାନ କରିଥିଲେ ତୃତୀୟ ବର୍ଷର ଛାତ୍ରୀ ତଥା ଶକ୍ତିଶ୍ରୀ ସାଥୀ କୁମାରୀ ବିଷ୍ଣୁପ୍ରିୟା ସାହୁ ।

admin

admin

About Author

Leave a comment

Your email address will not be published. Required fields are marked *