Sambad Odisha

ରାଜ୍ୟ ଶିକ୍ଷା

ଶିକ୍ଷା ବିକାଶ ସମିତି ସରସ୍ଵତୀ ଶିଶୁ ଵିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ 

ଶିକ୍ଷା ବିକାଶ ସମିତି ସରସ୍ଵତୀ ଶିଶୁ ଵିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ 

ନିରାକାରପୁର,୨୯/୭: ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଦ୍ଵାରା ଅନୁବନ୍ଧିତ ନିରାକାରପୁର ସରସ୍ଵତୀ ଶିଶୁ ଵିଦ୍ୟାମନ୍ଦିର ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ଡେଲାଙ୍ଗ ମହାବିଦ୍ୟାଳୟ ର ଅଧ୍ୟାପକ ଜିତେନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥଲେ।କଣାସ ମହାବିଦ୍ୟାଳୟ ର ଅଧ୍ୟାପକ ଉମାକାନ୍ତ ସାମନ୍ତସିଂହାର , ବିଦ୍ୟାଳୟର ସମ୍ପାଦକ ଅଜୟ କୁମାର ପାଇକରାୟ ଓ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଶ୍ଵନାଥ ଷଡ଼ଙ୍ଗୀ ଏଥିରେ ଯୋଗଦେଇ ଆନୁଷ୍ଠାନିକ ଭାବେ ବିଜ୍ଞାନ ମେଳା ଉଦଘାଟନ ଥିଲେ । ଏଥିରେ ଚତୁର୍ଥ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀ ମାନେ ଅଂଶଗ୍ରହଣ କରି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଚାରକ ଅଧ୍ୟାପକମାନେ ପ୍ରକଳ୍ପ ଗୁଡ଼ିକ ପର୍ଯ୍ୟବେକ୍ଷଣ କରି ମୂଲ୍ୟାଙ୍କନ କରି ଶିଶୁ ଭାଇ ଭଉଣୀ ମାନଙ୍କର ସ୍ଥାନ ନିରୂପଣ କରିଥଲେ । ପରେ ପରେ ବିଦ୍ୟାଳୟର ସମସ୍ତ ଗୁରୁଜୀ/ଗୁରୁମା ଏବଂ ଶିଶୁ ଭାଇ ଭଉଣୀ ମାନେ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ପରିଦର୍ଶନ କରିଥିଲେ ।ଶିଶୁ ବର୍ଗ ବିଭାଗରେ ଚନ୍ଦ୍ରାଂଶୁ ବେହେରା (ଚତୁର୍ଥ) ପ୍ରଥମ ସ୍ଥାନ, ପିୟୁଷମୟୀ ବାରିକ (ପଞ୍ଚମ) ଦ୍ଵିତୀୟ ସ୍ଥାନ ,ସାଇ ଶୁଭମ ପାତ୍ର (ପଞ୍ଚମ) ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବାଲ ବର୍ଗ ସୌରଭ ସାହୁ (ଅଷ୍ଟମ) ପ୍ରଥମ ସ୍ଥାନ ,ଆଦିତ୍ୟ ରାଉତରାୟ (ସପ୍ତମ) ଦ୍ୱିତୀୟ ସ୍ଥାନ ଓ ପ୍ରତିକ୍ଷା ପାତ୍ର (ଷଷ୍ଠ) ତୃତୀୟ ସ୍ଥାନ ଅଧିକାର କରିଥିବାର ଜଣାପଡିଛି।

admin

admin

About Author

Leave a comment

Your email address will not be published. Required fields are marked *