Sambad Odisha

ରାଜ୍ୟ ଶିକ୍ଷା

ରେଙ୍ଗଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ

ରେଙ୍ଗଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ

ନିରାକାରପୁର,୪/୪(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲଳିତପାଟପୁର କ୍ଲଷ୍ଟର ଅଧୀନସ୍ଥ ରେଙ୍ଗଟା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ, ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି । ଲେଣ୍ଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାମ୍ବାଦିକ ହିମାଂଶୁ ଭୁଷଣ ଚମ୍ପତିରାୟ , ସାମ୍ବାଦିକ ଉମେଶ ଚନ୍ଦ୍ର ପଟ୍ଟନାୟକ, ସାମାଜିକ କର୍ମୀ ଭାସ୍କର ଚନ୍ଦ୍ର ସ୍ୱାଇଁ, ସରକାରୀ ପ୍ରାଥମିକ ବିଦ୍ୟାଳୟ ନିରାକାରପୁର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ପ୍ରଭାତୀ ସାହୁ, ସରକାରୀ ପ୍ରାଥମିକ ବିଦ୍ୟାଳୟ ଭାଗବତୀପଡ଼ା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବି ଭୋଇ, ସରକାରୀ ପ୍ରାଥମିକ ବିଦ୍ୟାଳୟ କୁନିଆସାମନ୍ତରାପୁର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସ୍ବାଇଁ , ସାମାଜିକ କର୍ମୀ ସୁବାସ ଚନ୍ଦ୍ର ଦାଶ ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତ୍ରିବେଣୀ ପ୍ରଧାନ , ସାମାଜିକ କର୍ମୀ ସନାତନ ବାରିକ୍ ଓ ୱାର୍ଡ ମେମ୍ବର ଝୁନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ଶ୍ରୀମତୀ ଉନିତା ହରିଚନ୍ଦନ। ପ୍ରଧାନ ଶିକ୍ଷକ ଅମର କୁମାର ଜୟସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଶିଶୁ ବାଟିକାର ଗୁରୁତ୍ୱ ଏବଂ ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ‘ଆସ ସ୍କୁଲ ଯିବା ଅଭିଯାନ’ ମାଧ୍ୟମରେ ୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି।ଏହି ଅବସରରେ କୁନି କୁନି ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯିବା ସହ ଅଭିଭାବକମାନଙ୍କୁ ନିଜ ପିଲାଙ୍କ ନାମଲେଖା ପାଇଁ ଉତ୍ସାହିତ କରାଯାଇଥିଲା ।

 

admin

admin

About Author

Leave a comment

Your email address will not be published. Required fields are marked *